ସନଷ୍ଟାର ଟିଭି ବ୍ୟୁରୋ
ଉଦଳା :ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଖୁଣ୍ଟା ଏବଂ ଗୋପବନ୍ଧୁନଗର ବ୍ଲକ ଅଞ୍ଚଳରେ ଚାରି ଗୋଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହୋଇଯାଇଛି । ତେବେ ଗତକାଲି ନିର୍ବାଚନ ସମୟରେ ଦେଖାଦେଇଥିଲା ଅଶାନ୍ତି। ୧୪ ନଂ ଜୋନର ରାଣୀବନ୍ଧ ବିଦ୍ୟାଳୟରେ ଗତକାଲି ଭୋଟଗ୍ରହଣ ହୋଇଥିଲା । ଏହି ବୁଥ୍ ବାହାରେ ଆରମ୍ଭ ହୋଇଥିଲା ଝଗଡା । ବୁଥ୍ ବାହାରେ ମୁହାଁମୁହିଁ ହୋଇଥିଲେ ବିଜେପି ଏବଂ ବିଜେଡି କର୍ମୀ । ବୁଥରେ ବିଜେପି ସପକ୍ଷରେ ଭୋଟ ଦେବା କଥାକୁ ନେଇ ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା । ଯାହାଫଳରେ ୧୪ ନଂ ଜୋନ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସୁଶାନ୍ତି ପରିଡାଙ୍କ ପୁଅ ବିଜେଡି କର୍ମୀଙ୍କୁ ମାଡ ମାରିଥିଲେ । ଏହା ପରେ ସେ ଘରକୁ ଫେରି ଆସିଥିବା ବେଳେ ପରେ ୪୦ ରୁ ଅଧିକ ବିଜେଡି କର୍ମୀ ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ଘରକୁ ଆସି ତାଙ୍କ ପୁଅକୁ ଆକ୍ରମଣ କରିବା ସହିତ ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ତାଙ୍କ ଘରର କବାଟ ଭାଙ୍ଗିବା ସହିତ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ । ଯାହାକୁ ନେଇ ଉଭୟ ପକ୍ଷ ଥାନାରେ ପହଞ୍ଚିଥିଲେ ।(ରିର୍ପୋଟ: ଆଲୋକ କୁମାର ଵେହେରା )