ସନଷ୍ଟାର ଟିଭି ବ୍ୟୁରୋ
ଉଦଳା:ଛେଳି ଚୋର ସନ୍ଦେହରେ ଗାଁ ଦାଣ୍ଡରେ ବସିଲା କଙ୍ଗାରୁ କୋର୍ଟ । ଦୁଇ ଜଣ ଯୁବକଙ୍କୁ ଛେଳି ଚୋର ସନ୍ଦେହରେ ଅଟକାଇବା ସହିତ ଉଲଗ୍ନ କରି ଗଛରେ ବାନ୍ଧିଲେ ଗାଁ ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ବଳଦମରା ଅଞ୍ଚଳରେ । ବଳଦମରା ଅଞ୍ଚଳରେ ଛେଳି ଚୋରି କରୁଥିବା ସନ୍ଦେହରେ ଦୁଇଜଣ ଯୁବକଙ୍କୁ ସ୍ଥାନୀୟ ଲୋକେ ଅଟକାଇଥିଲେ । ଏହା ପରେ ସେହି ଦୁଇ ଜଣ ଯୁବକଙ୍କୁ ଉଲଗ୍ନ କରି ବିଚ୍ ଗାଁ ଦାଣ୍ଡରେ ଗଛରେ ବାନ୍ଧିଦେଇଥିଲେ । ଦୁଇ ଯୁବକଙ୍କ ନିକଟରୁ ଗ୍ରାମବାସୀ ଗୋଟିଏ ବ୍ୟାଗ ପାଇଥିବା ବେଳେ ସେଥିରୁ କିଛି ଶାଗ ଏବଂ ଏକ କଣ୍ଟା ମିଳିଥିଲା । ଯାହାକି ଗ୍ରାମବାସୀଙ୍କ ସନ୍ଦେହକୁ ଅଧିକ ଦୃଢୀଭୂତ କରିଥିଲା। ଏବଂ ଗ୍ରାମବାସୀମାନେ ଦୀର୍ଘ ସମୟ ଧରି ଉଭୟ ଯୁବକଙ୍କୁ ଏହିପରି ଉଲଗ୍ନ ଅବସ୍ଥାରେ ଗଛରେ ବାନ୍ଧି ରଖିଥିଲେ । ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାଯାଇଛି । ତେବେ ସାମାନ୍ୟ ସନ୍ଦେହକୁ ନେଇ ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ ବସାଇଥିଲେ ଗ୍ରାମବାସୀ ।( ରିର୍ପୋଟ:ଆଲୋକ କୁମାର ବେହେରା)