ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଆଜି ପୁଣି ଫେରାଦ ହେଲା ଶାସକ ବିଜେଡି । ମୁଖପାତ୍ର ଲେଲିନ ମହାନ୍ତିଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ଦଳ ଅଭିଯୋଗ କରିଛି ଯେ ଯେତେ ଯେତେ ନିର୍ବାଚନ ପାଖେଇ ଆସୁଛି ପରାଜୟ ଭୟରେ ରକ୍ତ ମୁଖା ହେଉଛି ବିଜେପି । ଗୁଣ୍ଡାଗଦ୍ଦି କରୁଛି ବିଜେପି। ସାରା ଓଡ଼ିଶାରେ ଏଭଳି ସ୍ଥିତି ସାମ୍ନାକୁ ଆସୁଛି । ରବିବାର ଜିଲ୍ଲା ଗଜପତି ଜିଲ୍ଲା ଗୋଷାଣୀ ବ୍ଳକର ସରଦାପୁର ଗ୍ରାମପଞ୍ଚାୟତର ଶାସକ ଦଳର ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ଯାହା ଫଳରେ ଲୋକମାନେ ଭୟବୀତ ଅବସ୍ଥାରେ ରହିଛନ୍ତି। ଏହାସହର ବିଜେପିର ଏଭଳି ଅସଦାଚରଣ ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି। ବିଜେପିର ଶୀର୍ଷ ନେତୃତ୍ୱଙ୍କ ନିର୍ଦେଶରେ ସାରା ଓଡ଼ିଶାରେ ଏଭଳି ରକ୍ତ ମୁଖା ହୋଇଛି ଦଳ । ତେଣୁ ଏହି ପ୍ରସଙ୍ଗରେ ବାଧ୍ୟ ହୋଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ଵାରସ୍ତ ହୋଇଛି ବିଜେଡି । ତେବେ ସୂଚନାମୁତାବତ ଆହାତ ଜଣକ ହେଲେ ଚେନି ପ୍ରସାଦ ରାଓ। ଶୋଭାଯାତ୍ରା ସମୟରେ କିଛି ବିଜେପି କର୍ମୀ ଚେନି ପ୍ରସାଦଙ୍କ ସହ ଯୁକ୍ତି ତର୍କ କରିଥିଲେ। ଏବଂ ପ୍ରଚାର ଶେଷ ହେବା ପରେ ରାତି ସମୟରେ କିଛି ବିଜେପି କର୍ମୀ ଚେନି ପ୍ରସାଦଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କୁ ଆହାତ ଅବସ୍ଥାରେ ଗାଁ ନିକଟରୁ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଥିଲା। ତେବେ ଏହି ଘଟଣା ରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।