ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗତକାଲି ପଶ୍ଚିମ ଦିଲ୍ଲୀର ତିଲକ ନଗରରେ ଜଣେ ୮୭ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଛି। ସୂଚନାମୁତାବକ ମହିଳା ଜଣକ ତାଙ୍କ ଝିଅ(୬୫) ସହିତ ରହୁଥିଲେ। ରବିବାର ଦିନ ଅପରାହ୍ନରେ ଝିଅ ବୁଲିବାକୁ ଯାଇଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ଘରେ ପ୍ରବେଶ କରିଥିବା ପରିବାର ଅଭିଯୋଗ କରିଛନ୍ତି। ସେ ପ୍ରାୟ ୧୨.୩୦ ସମୟରେ ଘରେ ପଶି ମହିଳାଙ୍କୁ ବଳାତ୍କାର କରିଥିଲେ ଏବଂ ୧.୩୦ ପୂର୍ବରୁ ସେଠାରୁ ଚାଲିଯାଇଥିଲେ। ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଝିଅ ଫେରିକି ଆସିଲା ବେଳକୁ ଦେଖିଥିଲେ ଯେ ମହିଳାଙ୍କ ପୋଷାକ ଚିରା ଯାଇଥିଲା ଏବଂ ତାଙ୍କର ରକ୍ତସ୍ରାବ ହେଉଥିଲା।
ଦିଲ୍ଲୀ ପୋଲିସ କହିଛି ଯେ ତାଙ୍କ ଝିଅ ଏଥିଲାଗି ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଜଣେ ବରିଷ୍ଠ ନାଗରିକ ସହ ଏପରି ଅଘଟଣକୁ ଦେଇ ପୋଲିସ ତୁରନ୍ତ ଅଭିଯୋଗକୁ ଆଧାରକରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହି ଘଟଣା ୧୩ ତାରିଖରେ ଘଟିଥିଲା।
ଯେଉଁଥିରେ ତାଙ୍କ ଅଭିଯୋଗ କରିଛି ଯେ ତାଙ୍କ ମାଆ ଯୌନ ଶୋଷଣର ଶିକାର ହୋଇଛନ୍ତି। ସମ୍ପୃକ୍ତ ବିଭାଗଗୁଡିକ ଏଫଆଇଆର ଯୋଡା ଯାଇଛି ଏବଂ ତଦନ୍ତ ଚାଲୁରହିଛି।