ସନ୍ଷ୍ଟାର ଟିଭି ବ୍ୟୁରୋ
ଏମିତି କିଛି ଫ୍ୟାଶନ୍ ଟ୍ରେଣ୍ଡ ସାମନାକୁ ଆସେ ଯାହା କିଛି ମନ ମୋହିନିଏ, ଆଉ କିଛି ଚକିତ କରେ ଏବଂ ଆଉ କିଛି ଫ୍ୟାଶନ୍ ଦ୍ୱନ୍ଦ୍ୱରେ ପକାଏ। ଏବେ ଫ୍ୟାଶନ୍ ଜଗତରେ ଏକ ନୂଆ ଟ୍ରେଣ୍ଡ ଏଣ୍ଟ୍ରି କରିଛି । ‘ଆଳୁ ଅଖା ପ୍ୟାଣ୍ଟ ବା ଟ୍ରାଉଜର୍’ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଝୋଟ ବ୍ୟାଗ୍ ଭଳି ଦିଶୁଥିବା କପଡ଼ାରେ ଏହି ପ୍ୟାଣ୍ଟ୍ ପ୍ରସ୍ତୁତ ହୋଇଛି ।
କିଛି ଦିନ ତଳେ, ଆଇପିଏସ୍ ଅଫିସର ଅରୁଣ ବୋଥ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଅଖା ପ୍ୟାଣ୍ଟର ଫଟୋ ଶେୟାର କରିଥିଲେ। ଏହି ନୂଆ ଫ୍ୟାଶନ୍କୁ ନେଇ ସେ ଚକିତ ଥିଲେ ବି ସରଳ ଭାଷାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଲେଖିଛନ୍ତି ‘ଠିକ୍ ଅଛି’ । ଏହି ଫ୍ଲେୟାର୍ଡ ପ୍ୟାଣ୍ଟ ଡୋରି ସାହାଯ୍ୟରେ ଏକ ମାନିକୁଇନ୍ର ଅଣ୍ଟାରେ ପିନ୍ଧାଯାଇଛି । ଏହି ଅଜବ ଟ୍ରେଣ୍ଡକୁ ନେଇ ଇଣ୍ଟର୍ନେଟ୍ରେ ଅସଂଖ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।
Okay 😐 pic.twitter.com/6WOMLwPLMd
— Arun Bothra (@arunbothra) November 24, 2020