ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ରବିବାର ସନ୍ଧ୍ୟାରେ ଗାୟିକା ଲତା ମଙ୍ଗେଶକରଙ୍କ ଅନ୍ତିମ ସଂସ୍କାରରେ ଶାହରୁଖ ଖାନ ଏବଂ ତାଙ୍କ ପରିଚାଳକ ପୂଜା ଦାଦଲାନି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରୁଥିବା ସମୟରେ ଶାହରୁଖ ଙ୍କ ଏକ ପ୍ରଦର୍ଶନ କୁ ନେଇ ବିବାଦ ଦେଖାଦେଇଥିଲା। ସେଠାରେ ସେମାନେ ଗାୟିକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂଜା ହିନ୍ଦୁ ହୋଇଥିବାରୁ ହାତ ଯୋଡି ପ୍ରାର୍ଥନା କରୁଥିବାବେଳେ ଶାହରୁଖ ହାତ ଖୋଲା କରିଥିଲେ କାରଣ ଶାହରୁଖ ମୁସଲିମ। ଏହାପରେ ଶାହରୁଖ ପ୍ରାର୍ଥନା ପଢ଼ିସାରି ଲତାଜୀଙ୍କ ପାର୍ଥିବ ଶରୀର ଉପରେ ଫୁଙ୍ଖ ମାରିଥିଲେ। ଯାହାକି ମୁସମାନ ସମ୍ପ୍ରଦାୟର ଏକ ଅଂଶ। ଆମେ ଭାଇଚାରକୁ ନେଇ ବହୁ ନାରାବାଜି ଦେଉଛନ୍ତି ସହ ହେଲେ ଆମେ ଅନ୍ୟ ସମ୍ପ୍ରଦାୟ କିମ୍ବା ପରମ୍ପରାକୁ ବୁଝିବା ପୂର୍ବରୁ ହିଁ ମନ୍ତବ୍ୟ ଦେଇ ଦେଇଥାଉ। ଯାହା ପାଇଁ ବିବାଦ ମୁଣ୍ଡ ଟେକିଥାଏ।
ବିଜେପି ହରିୟାଣାର ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଦାୟିତ୍ୱରେ ଥିବା ଅରୁଣ ଯାଦବ ଶାହରୁଖଙ୍କ ଅନ୍ତିମ ସଂସ୍କାରରୁ ଏକ କ୍ଲିପ୍ ସେୟାର କରି ପଚାରିଲେ, “ସେ ଛେପ ପକାଇଲେ କି?” ଏହି ଟୁଇଟକୁ ଅନେକ ନିନ୍ଦା କରିଥିଲେ। ଏଥିରେ ହଜାର ହଜାର ଉତ୍ତର ଏବଂ ଟ୍ୱିଟ୍ ଉଦ୍ଧୃତ ହୋଇଛି। ମହିଳା ଆୟୋଗର ମୁଖ୍ୟ ରେଖା ଶର୍ମା ତାଙ୍କୁ ଉତ୍ତର ଦେଇ ଲେଖିଛନ୍ତି, “କେବଳ ଟ୍ୱିଟ୍ କରିବା ଏବଂ ବିବାଦ ସୃଷ୍ଟି କରିବା ପାଇଁ ଟ୍ୱିଟ୍ କରନ୍ତୁ ନାହିଁ।
ଏହାକୁ ଦର୍ଶାଇବାକୁ ଯାଇ ଶାହରୁଖ କିଛି ପ୍ରଶଂସକ ଶାହରୁଖ ଖାନଙ୍କ ଚଳଚ୍ଚିତ୍ରର ମାଇଁ ନେମ ଇଜ ଖାନର ଏକ କ୍ଲିପ୍ ମଧ୍ୟ ସେୟାର କରିଥିଲେ। ଏହି ଚଳଚ୍ଚିତ୍ରରେ ଶାହରୁଖ ନମାଜ ପଢ଼ିବା ପରେ ତାଙ୍କ ପୁଅ ଉପରେ ଆଶୀର୍ବାଦ ଫୁଙ୍କି ଥାଆନ୍ତି। ଯଦି ଆମେ କୌଣସି ସମ୍ପ୍ରଦାୟ ବିଷୟରେ ଭଲ ଭାବରେ ବୁଝିନାହନ୍ତି କି ଅଜ୍ଞ ଅଛନ୍ତି ତେବେ ଏହାକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ଆଦୌ ଉଚିତ ନୁହେଁ ଏହା ଦ୍ବାରା ଆମେ ସେ ବ୍ୟକ୍ତି ସହ ଉକ୍ତ ସମ୍ପ୍ରଦାୟକୁ ମଧ୍ୟ କୁଠାରଘାତ କରିଥାଉ। ସୋସିଆଲ ମିଡିରେ କିଛି ପୋଷ୍ଟ କରିବା ପୂର୍ବରୁ ତାହାକୁ ନେଇ ନିଶ୍ଚିତ ହେବା ନିହାତି ଆବଶ୍ୟକ।