ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:କୋହଳ ହେଲା ନିର୍ବାଚନ କଟକଣା। ଏନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ ପ୍ରେସମିଟ କରି ସୂଚନା ଦେଇଛନ୍ତି। ଆଗରୁ ଘରକୁ ଘର ବୁଲି ୫ଜଣ ପ୍ରଚାର କରିବାବୁ ଯାଉଥିବା ବେଳେ ବର୍ତ୍ତମାନ ୨୦ ଜଣକୁ ସାଙ୍ଗରେ ନେଇ ଯାଇପାରିବେ। ଠିକ ସେହିପରି ୩୦୦ଜଣ ଲୋକଙ୍କୁ ନେଇ ରାଜନୈତିକ ସଭା କରାଯାଇ ପାରିବ। କିନ୍ତୁ ରାଲି, ପଦଯାତ୍ରା, ବାଇକ ରାଲି ଉପରେ ପୂର୍ବଭଳି କଟକଣା ଜାରି ରହିବ। ତେବେ ପ୍ରଚାର ସମୟରେ କୋଭିଡ କଟକଣା ମାନିବାକୁ କଢ଼ା ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ବାଧ୍ୟତା ମୂଳକ କରାଯାଇଛି। ତେବେ ଆଜିର ଏହି ବୈଠକ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ଭିଡିଓକନଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲେ। ଏହାସହ ୮୦ରୁ ୯୦ ପ୍ରତିଶତ ପୋଲିଙ୍ଗ କର୍ମଚାରୀଙ୍କୁ ପ୍ରିକସନ ଡୋଜ ଦିଆସରିଲାଣି। ଏହା ବ୍ୟତୀତ ଆସନ୍ତା ୧୦ ତାରିଖ ରେ ପ୍ରତ୍ୟେକ ରାଜନୈତିକ ଦଳଙ୍କୁ ପୌର ନିର୍ବାଚନ ପାଇଁ ଡ୍ରାଫ ଲିଷ୍ଟ ଦିଆଯିବ।