ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆସନ୍ତା ୮ ତାରିଖରୁ ଭୁବେନଶ୍ବରେ ଖୋଲିବ ପଠାଣି ସାମନ୍ତ ପ୍ଲାନିଟୋରିୟମ। କୋଭିଡ କଟକଣା ମଧ୍ୟରେ ଖୋଲିବ ପ୍ଲାନିଟୋରିୟମ । ପ୍ରତ୍ୟେକ ପ୍ଲାନେଟାରିୟମ କ୍ଷମତାର ୫୦ % ଦର୍ଶକଙ୍କୁ ନେଇ ଚାଲିପାରିବ ବୋଲି ଅନୁମତି ମିଳିଛି । ପ୍ରତ୍ୟେକ ଦର୍ଶକମାନଙ୍କୁ କୋଭିଡ ଗାଇଡ ଲାଇନ ମାନିବାକୁ ଅନୁରୋଧ କରାଯାଇଛି । ବିନା ମାସ୍କରେ ଭିତରକୁ ପ୍ରବେଶ କରିବାକୁ ମଧ୍ୟ ବାରଣ କରାଯାଇଛି । ଅର୍ଥାତ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ପ୍ରବେଶ ପଥରେ ସମସ୍ତଙ୍କ ପାଇଁ ସାନିଟାଇଜର ବ୍ୟବସ୍ଥା କରାଯାଇଛି । କ୍ଷମତାର ୫୦ % ଟିକେଟ ବିକ୍ରି କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଗୋଟିଏ ସିଟ ଛାଡ଼ି ଗୋଟିଏ ସିଟରେ ଦର୍ଶକମାନେ ବସି ପାରିବେ ବୋଲି ସୂଚନା ଦିଆଯାଇଛି । କଡାନିୟମ ଭିତରେ ଖୋଲାଯିବ ପ୍ଲାନେଟାରିୟମ। କେବଳ ସୋମବାର ବ୍ୟତୀତ ଅନ୍ୟ ସବୁଦିନ ଦର୍ଶକଙ୍କ ପାଇଁ ଖୋଲା ରହିବ । ଏହାସହ ଦର୍ଶକମାନଙ୍କୁ କୋଭିଡ ଗାଇଡ ଲାଇନ ମାନିବାକୁ ଅନୁରୋଧ କରାଯାଇଛି । ସୂଚନାମୁତାବକ ପଠାଣିସାମନ୍ତ ପ୍ଲାନେଟାରିୟମରେ ୧୬୦ ସିଟ ରହିଛି। ପୂର୍ବଭଳି ଦିନକୁ ମୋଟ ୪ଟି ସୋ ଚାଲିବାକୁ ଥିବାବେଳେ ଅପରାହ୍ନ୨ଟା , ୩ଟା , ୪ଟା ଓ ୫ଟା ସମୟରେ ସୋ ଆରମ୍ଭ ହେବ । ଏହାର ଅଧଘଣ୍ଟା ପୂର୍ବରୁ ଦର୍ଶକମାନେ ଟିକେଟ ସଂଗ୍ରହ କରିପାରିବେ । ବୟସ୍କଙ୍କ ପାଇଁ ଟିକେଟ ମୂଲ୍ୟ ୩୦ଟଙ୍କା ଓ ପିଲାମାନଙ୍କ ପାଇଁ ୨୦ଟଙ୍କା ରହିଛି । ପ୍ରତ୍ୟେକ ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ଲାନେଟୋରିୟମ ଲାଗି ଜାରି କରାଯାଇଥିବା କୋଭିଡ ଗାଇଡ଼ଲାଇନ ଅନୁପାଳନ ପୂର୍ବକ ଖୋଲାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିବାରୁ ଗତ ମାସରେ ରାଜ୍ୟର ସମସ୍ତ ପ୍ଲାନେଟାରିୟମ କୁ ବନ୍ଦ ରଖାଯାଇଥିଲା ।