ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ମାଘ ଶୁକ୍ଳ ପଞ୍ଚମୀ ତିଥିରେ ମା ‘ ସରସ୍ଵତୀଙ୍କର ଆବାହନ କରାଯାଏ। ମା ହେଉଛନ୍ତି ବିଦ୍ୟା,ସଙ୍ଗୀତର ଦେବୀ। ଯେଉଁ ମାନେ ବିଦ୍ୟା, କଳା ,ସଙ୍ଗୀତ ଆଦି କ୍ଷେତ୍ରରେ ସମୃଦ୍ଧି ଚାହାନ୍ତି ସେମାନେ ମା’ ଙ୍କର ପୂଜାର୍ଚ୍ଚନା କରିଥାଆନ୍ତି। ମା’ଙ୍କର ପସନ୍ଦର ରଙ୍ଗ ହେଉଛି ହଳଦୀ। ଏହି ପାଇଁ ହଳଦୀ ରଙ୍ଗକୁ ଶୁଭ ବୋଲି ଧରାଯାଏ। ଆଜିଦିନରେ ଶିକ୍ଷାନୁଷ୍ଠାନ ରେ ମା’ ଙ୍କର ଆବାହନ କରାଯାଏ। ପୁଷ୍ପମାଳାରେ ସୁଶୋଭିତ ସରସ୍ଵତୀ ଙ୍କୁ ଖଇ , ଉଖୁଡ଼ା , ନଡ଼ିଆ ଫଳ ଆଦି ଦେଇ ପୂଜା କରାଯାଏ। ଏହାସହ ଦେବୀଙ୍କ ଆଗରେ ହୋମ ମଧ୍ୟ କରାଯାଏ । ତେବେ ଚଳିତ ବର୍ଷ ସରସ୍ବତୀ ପୂଜା କରିବାକୁ ଅନୁମତି ଦିଆଯାଇଥିବା ବେଳେ କରୋନ କଟକଣା ମଧ୍ୟରେ ପାଳନ କରାଯାଉଛି ସରସ୍ବତୀ ପୂଜା। ମାସ୍କ ସହ ସମାଜିକ ଦୂରତା ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।