ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ,କେନ୍ଦ୍ରାପଡାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଅନୁଗୋଳ , ଢେଙ୍କାନାଳ , ସୁନ୍ଦରଗଡ , ଦେବଗଡ , କେନ୍ଦୁଝର , ମୟୂରଭଞ୍ଜ , ଯାଜପୁର , ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହୋଇଛି । ଉପରୋକ୍ତ ଜିଲ୍ଲାଗୁଡିକୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କ ସୂଚନା ଦିଆଯାଇଥିଲା । ଏହାସହ ରାଜ୍ୟରେ ଭୋରୁ ଘନ କୁହୁଡି ହୋଇଥିଲା । ରାତି ତାପମାତ୍ରା ବୃଦ୍ଧି ପାଇବା ହେତୁ ସମସ୍ତ ସ୍ଥାନରେ ପାରଦ ୧୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ଦାରିଙ୍ଗବାଡି , ଫୁଲବାଣୀ, ଭୁବନେଶ୍ୱର ମଧ୍ୟ ଘନ କୁହୁଡି ଦେଖା ଦେଇଛି। ସ୍ଵାଭାବିକଠାରୁ ତାପମାତ୍ରା ଖସି ଆସିବା ଦ୍ଵାରା ଶୀତ ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଶୁକ୍ରବାର ରାତିରୁ ଉଭୟ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ରୁ ୫ ଡିଗ୍ରୀ କମି ପରବର୍ତ୍ତୀ ତିନି ଦିନରେ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣରେ ତାପମାତ୍ରା ଅପରିବର୍ତ୍ତିତ ରହିପାରେ । ଆଭ୍ୟନ୍ତରୀଣ ଓ ଦକ୍ଷିଣରେ ଏହା କ୍ରମଶଃ ବଢ଼ିବ । ସୋମବାର ସୁଦ୍ଧା ପ୍ରାୟ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ଭୁବନେଶ୍ବର ସମେତ କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳରେ ଶୁକ୍ରବାର ଓ ଶନିବାର ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ କମିବ । ସୋମବାରରୁ ପୁଣି କ୍ରମଶଃ ବଢ଼ିବାର ସମ୍ଭାବନା ରହିଛି । ପୁରୀ , ଖୋର୍ଦ୍ଧା , କଟକ ଏବଂ ଜଗତସିଂହପୁରରେ ଶୁକ୍ରବାର ରାତିରେ କୁହୁଡ଼ି ପଡିବ । ଉତ୍ତର ଓଡ଼ିଶାରେ ଶୁକ୍ରବାର ରାତିରେ କୁହୁଡ଼ି ବଢ଼ିବ ।