ସନଷ୍ଟାର ଟିଭି ବ୍ୟୁରୋ
ପୁଣେ: ପତ୍ନୀଙ୍କ ଆଧାର କାର୍ଡ ବ୍ୟବହାର କରି ପ୍ରେମିକାଙ୍କ ସହ ଯାଉଥିଲେ ହୋଟେଲ। ବର୍ତ୍ତମାନ ଘଟଣା ସମସ୍ତଙ୍କ ସାମ୍ନାରେ ଧରାପଡିଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରରେ । ସ୍ତ୍ରୀଙ୍କ ଠାରୁ ଲୁଚି ଗର୍ଲଫ୍ରେଣ୍ଡ ସହ ହୋଟେଲ ଯାଉଥିଲେ ଜଣେ ୪୧ ବର୍ଷ ବୟସ୍କା ବ୍ୟକ୍ତି। ଆଉ ପୁଣି ଗର୍ଲଫ୍ରେଣ୍ଡ ସହ ହୋଟେଲ ଯିବା ପାଇଁ ବ୍ୟବହାର କରୁଥିଲା ସ୍ତ୍ରୀର ଆଧାରକାର୍ଡ। ମଙ୍ଗଳବାର ଦିନ ହିଞ୍ଜୱାଡି ପୋଲିସ ଷ୍ଟେସନରେ ଏହି ଯୋଡିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ଜଣେ ଅଧିକାରୀ କହିଛନ୍ତି।
ପୋଲିସର ସୂଚନାନୁସାରେ, ଏହି ବ୍ୟକ୍ତି ଜଣକ ଗୁଜୁରାଟର ଜଣେ ବ୍ୟବସାୟୀ ଏବଂ ତାଙ୍କ ପତ୍ନୀ କମ୍ପାନୀରେ ଜଣେ ନିର୍ଦ୍ଦେଶକ ଅଟନ୍ତି। ଅଭିଯୋଗକାରୀ ତାଙ୍କ ସ୍ୱାମୀଙ୍କ କାରରେ ଜିପିଏସ୍ ଡିଭାଇସ୍ ଲଗାଇଥିଲେ ଯାହା ଦ୍ବାରା ସେ ଜାଣିବାକୁ ପାଇଥିଲେ ଯେ ସେ ତାଙ୍କ ସ୍ବାମୀ ତାଙ୍କୁ ପ୍ରତାରଣା କରୁଛନ୍ତି ଏବଂ ଏହା ଜାଣିବା ପରେ ସେ ଏନେଇ ଅଭିଯୋଗ କରିଛନ୍ତି।
ଅଧିକାରୀ ଜଣକ କହିଛନ୍ତି, “ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଏସୟୁଭିରେ ଜିପିଏସ୍ ଟ୍ରାକର ଲଗାଇଥିଲେ। ଗତ ବର୍ଷ ନଭେମ୍ବରରେ ଯେତେବେଳେ ସେ ତାଙ୍କୁ ବେଙ୍ଗାଲୁରୁ ଗସ୍ତ ବିଷୟରେ କହିଥିଲେ ସେତେବେଳେ ସେ ତାଙ୍କ ସ୍ଥାନ ଯାଞ୍ଚ କରିଥିଲେ ଏବଂ କାରଟି ପୁଣେରେ ଥିବାର ଜାଣିବାକୁ ପାଇଥିଲେ।”
ଯେତେବେଳେ ଅଭିଯୋଗକାରୀ ହୋଟେଲ ସହିତ ଯୋଗାଯୋଗ କରିଥିଲେ ସେତେବେଳେ କର୍ମଚାରୀମାନେ ତାଙ୍କୁ ଜଣାଇଥିଲେ ଯେ ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କ ସହ ଚେକ୍ କରିଛନ୍ତି। ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ମହିଳା ଜଣକ ଜାଣିବାକୁ ପାଇଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ଆଧାର କାର୍ଡ ବ୍ୟବହାର କରି ଅନ୍ୟ ଜଣେ ମହିଳାଙ୍କ ସହ ହୋଟେଲରେ ଚେକ୍ କରିଛନ୍ତି। ଏହାପରେ ଉଭୟ ପୁରୁଷ ଏବଂ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ବିରୋଧରେ ଆଇପିସିର ଧାରା ୪୧୯(ଠକେଇ) ଅଧୀନରେ ଏକ ମାମଲା ରୁଜୁ କରାଯାଇଛି।