ସନଷ୍ଟାର ଟିଭି ବ୍ୟୁରୋ
ପୁଣେ: ଗତକାଲି ବିଳମ୍ବିତ ରାତିରେ ପୁଣେର ୟେରୱାଡା ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାର ସ୍ଲାବ ଭୁଶୁଡ଼ି ପଡ଼ିବା ପରେ ୬ଜଣଙ୍କର ମୃତ୍ୟ ହୋଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ସମବେଦନା ଜଣାଇଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା। ମୁଁ ଆଶା କରୁଛି ଯେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଲୋକ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଟ୍ୱିଟରରେ ପୋଷ୍ଟ କରିଛନ୍ତି। ମୋଦୀଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ ସ୍ଲାବର ଏକ ବଡ଼ ଅଂଶ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୬ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହାତ ହୋଇଛନ୍ତି। ଗୁରୁବାର ରାତି ପ୍ରାୟ୧୧ ଟା ସମୟରେ ଏହି ଘଟଣା ଘଟିଛି। ୟେରୱାଡା ଅଧୀନରେ ଥିବା ଶାସ୍ତ୍ରୀନାଗରର ୮ ନମ୍ବର ଲେନରେ ଏହି ଘଟଣା ଘଟିଛି। ସେହି ସ୍ଥାନରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଏଥିରେ ଅନ୍ତର୍ଭୁକ୍ତ।
୬ ଜଣ ପୀଡିତଙ୍କ ମୃତଦେହକୁ ସେସୁନ ଡାକ୍ତରଖାନାକୁ ନିଆଯାଇଛି। ଉଦ୍ଧାର କାର୍ଯ୍ୟ ଏଯାଏଁ ଚାଲିଛି। ଶ୍ରମିକମାନେ ରାତିରେ ସ୍ଲାବ କାମରେ ନିୟୋଜିତ ହୋଇଥିଲେ ଯେତେବେଳେ ଦୁର୍ଘଟଣା ଘଟିଥିଲା ବୋଲି ୟେରୱାଡା ପୋଲିସର ଇନ୍ସପେକ୍ଟର ୟୁନୁଶ ଶେଖ କହିଛନ୍ତି। ତେବେ ଏହି ଯେଉଁ ନିର୍ମାଣ ସ୍ଥାନଟି ଅଛି ତାହା ବ୍ଲୁ ଗ୍ରାସ କନଷ୍ଟ୍ରକସନର ବୋଲି ପୋଲିସ ସୂଚନା ଦେଇଛି।