ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ପ୍ରତିବର୍ଷ ଫେବୃଆରୀ ୪କୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ। ସାରା ବିଶ୍ୱରେ କର୍କଟ ହେଉଛି ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ। ଦେଶରେ ବହୁ ଲୋକ ଏଥିରେ ପୀଡିତ ହେଉଛନ୍ତି ଏବଂ ତାଙ୍କର ଜୀବନ ହାରୁଛନ୍ତି। ଏହାର କାରଣ ଅନେକ କିଛି ଲୋକ ଏହାକୁ ପ୍ରାଥମିକ ସ୍ତରରୁ ଜାଣିବାରେ ଅସମର୍ଥ ହେଉଛନ୍ତି ତ କିଛି ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ମୁଖରେ ପଡୁଛନ୍ତି। ତେବେ କର୍କଟ କ’ଣ ଆପଣ ଜାଣନ୍ତି କି? କର୍କଟ ହେଉଛି ଶରୀରରେ ଏକ କୋଷର ଅନିୟନ୍ତ୍ରିତ ବୃଦ୍ଧି। ଏହା ଯେକୌଣସି ବୟସରେ ହୋଇପାରେ ଏବଂ ଯଦି ସଠିକ୍ ସମୟରେ ଚିହ୍ନଟ ହୋଇନଥାଏ ଏବଂ ଏହାର ଚିକିତ୍ସା କରା ନ ଯାଏ, ତେବେ ଏହା ମୃତ୍ୟୁ ଆଶଙ୍କାକୁ ବଢ଼ାଇପାରେ। ବିଶ୍ବ ର କର୍କଟ ଦିବସର ଲକ୍ଷ୍ୟ ହେଉଛି ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁକୁ ରୋକିବା ପାଇଁ କର୍କଟ ରୋଗ ବିଷୟରେ ସଚେତନତା ତଥା ଶିକ୍ଷା ବୃଦ୍ଧି କରିବା ସହ ଏହି ରୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାରା ବିଶ୍ୱରେ ସରକାର ତଥା ବ୍ୟକ୍ତିବିଶେଷଙ୍କୁ ଚାପ ପକାଇବା।
ସମ୍ପ୍ରତି ଅଧ୍ୟୟନରୁ ଜଣାପଡିଛି ଯେ ବିଶ୍ବର ପ୍ରାୟ ୬ଜଣଙ୍କ ମଧ୍ୟରୁ ଜଣେ କର୍କଟ ରୋଗରେ ମୃତ୍ୟୁ ବରଣ କରନ୍ତି। ଯାହା ଏଚ୍.ଆଇ.ଭି / ଏଡସ୍, ଯକ୍ଷ୍ମା ଏବଂ ମ୍ୟାଲେରିଆଠାରୁ ଅଧିକ। ତେଣୁ, କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ପ୍ରତିରୋଧକୁ ଉତ୍ସାହିତ କରିବା ପାଇଁ ବିଶ୍ୱ କର୍କଟ ଦିବସ ପ୍ରତିବର୍ଷ ଫେବୃଆରୀ ୪ରେ ଏକ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଭାବରେ ପାଳନ କରାଯାଏ । ତେବେ ବିଶ୍ୱ କର୍କଟ ଦିବସ ୨୦୨୨ର ଥିମ୍ ହେଉଛି
ବିଶ୍ୱ କର୍କଟ ଦିବସ ୨୦୨୨ର ବିଷୟବସ୍ତୁ ହେଉଛି ‘କ୍ଲୋଜ ଦ କେୟାର ଗ୍ୟାପ୍’ । ବିଶ୍ବ କର୍କଟ ଦିବସ ପରେ ମଧ୍ୟ ସଂସ୍କାରକୁ ଉତ୍ସାହିତ କରିବା ଏବଂ କାର୍ଯ୍ୟକୁ ପ୍ରେରଣା ଦେବା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ନିଆଯାଇଥାଏ। ବିଶ୍ୱ କର୍କଟ ଦିବସର ମୂଳ ଲକ୍ଷ୍ୟ ହେଉଛି କର୍କଟ ରୋଗ କାରଣରୁ ରୋଗ ଏବଂ ମୃତ୍ୟୁକୁ ଯଥେଷ୍ଟ କମାଇବା। ପ୍ରତିବର୍ଷ ସମଗ୍ର ବିଶ୍ୱରେ ଏହିଦିନରେ ଶହ ଶହ କାର୍ଯ୍ୟକଳାପ ଏବଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସମ୍ପ୍ରଦାୟ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ, ବ୍ୟବସାୟ, ଡାକ୍ତରଖାନା, ମାର୍କେଟପ୍ଲେସ୍, ପାର୍କ, କମ୍ୟୁନିଟି ହଲ୍,ଏହା ପାଳନ କରାଯାଏ।