ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଯନ୍ତ୍ରୀ ରବି ନାରାୟଣ ସେଠୀ। ଆୟବହିର୍ଭୂତ ସମ୍ପତ୍ତି ଠାବ କରୁଛି ଭିଜିଲାନ୍ସ। ଏଥିପାଇଁ ଏକାସହ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ରେଡ କରୁଛି। ଭୁବନେଶ୍ବର ରେ ୬ଟି ସ୍ଥାନ ଏବଂ ପୈତୃକ ଗ୍ରାମରେ ଛାନଭିନ୍ନ କରୁଛି ଭିଜିଲାନ୍ସ । ଭୁବନେଶ୍ବର ପଟିଆସ୍ଥିତ କଲଭିକ କିଙ୍ଗ ପ୍ୟାଲେସ, ଜାଗମରା ଜଗମୋହନ ନଗର ଗଜପତି ପ୍ୟାଲେସଫ୍ଲାଟ, ଖଣ୍ଡଗିରି ବାରଭୂଜା ମାର୍କଟେ କମ୍ପେଲ୍ସରେ ଥିବା ଦୋକାନରେ, ନୟାପଲ୍ଲୀ ଶ୍ରୀରାମ ବିହାର ସର୍ମ୍ପକୀୟ ଘର, ଶ୍ରୀ କ୍ଷେତ୍ର ଭକ୍ତ ନିବାସଫ୍ଲାଟ, ଗଞ୍ଜାମ ଜିଲ୍ଲା ନୁଆଗାଁ ପୈତୃକ ଘର ନୂଆପଡାରେ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଫିସ ଚାମ୍ବରରେ ଏହି ରେଡ୍ ଚାଲିଛି । ଭିଜିଲାନ୍ସ ଏହି ଟିମରେ ମୋଟ ୮ଜଣ ଡିଏସପି ,୪ଜଣଇନ୍ସିନେକ୍ଟର, ୫ଜଣ ଏଏସଆଇ ଓ ଅନ୍ୟ ଅଧିକାରୀ ରେଡରେ ସାମିଲ ହୋଇଛନ୍ତି।