ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପଶ୍ଚିମା ଝଡ଼ ଯୋଗୁଁ ବଙ୍ଗୋପସାଗର ମଧ୍ୟରୁ ଓଡ଼ିଶା ଭିତରକୁ ଉଷ୍ଣ ଜଳୀୟବାଷ୍ପ ବାୟୁ ପ୍ରବାହ ଦ୍ଵାରା ଆଜି ଠାରୁ ୪ ପର୍ଯ୍ୟନ୍ତତ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହୋଇପାରେ । କେତେକ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ସହ ଘଡଘଡି ବର୍ଷା ମଧ୍ୟ ହୋଇପାରେ । ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନକେନ୍ଦ୍ରର ପୂର୍ବାନୁମାନ କରିଛି। ସୂଚନାଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ ଏବଂ ଉତ୍ତର ଉପକୂଳ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନ ଏବଂ ବଜ୍ରପାତ ନେଇ ୭ ଜିଲ୍ଲା ନୂଆପଡା , ବଲାଙ୍ଗୀର , ସୋନପୁର ଓ ବୌଦ୍ଧ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସେହିପରି ସୁନ୍ଦରଗଡ , ଝାରସୁଗୁଡା , ବରଗଡ , ସମ୍ବଲପୁର , ଦେବଗଡ , କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ବଜ୍ରପାତ ନେଇ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି । ମାଲକାନଗିରି , କୋରାପୁଟ , ରାୟଗଡା , କଳାହାଣ୍ଡି , କନ୍ଧମାଳ , ଗଜପତି , ଗଞ୍ଜାମ , ପୁରୀ , ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁହୁଡି ହୋଇପାରେ । ଆଜି ଉପକୂଳ ଓଡ଼ିଶାର କିଛି ଅଞ୍ଚଳ ଏବଂ ଢେଙ୍କାନାଳ , କନ୍ଧମାଳ , ରାୟଗଡା , ମାଲକାନଗିରି , କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ କୁହୁଡି ଦୃଶ୍ୟମାନର ହୋଇଛି। ବାଲେଶ୍ଵର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , କଟକ , ଜଗତସିଂହପୁର , ଗଜପତି , ଗଞ୍ଜାମ , ଖୋର୍ଦ୍ଧା , ପୁରୀ , ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ଉପରୋକ୍ତ ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି । ଅପରପକ୍ଷେ ରାଜ୍ୟରେ ରାତି ତାପମାତ୍ରା ବୃଦ୍ଧି ପାଇବା ହେତୁ ଶୀତ ପ୍ରକୋପ କୁ ସତର୍କ ସୂଚନା କମିଛି । ତେବେ ୫ ତାରିଖରୁ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ , ଫଳରେ ଶୀତ ଆହୁରି ବଢ଼ିବ । ଘନ କୁହୁଡି , ବର୍ଷା ଓ କୁଆପଥର ମାଡକୁ ନେଇ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସ୍ଵତନ୍ତ୍ର ରିଲିଫ ଆୟୁକ୍ତ ( ଏସଆରସି ) ପରାମର୍ଶ ଦେଇଛନ୍ତି ।