ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ରାଜା ତଥା ମୋହନାର ପୂର୍ବତନ ବିଧାୟକ ଡକ୍ଟର ଉଦୟ ନାରାୟଣ ଦେବଙ୍କ ପରଲୋକ ହୋଇଛି। ରାତିପ୍ରାୟ ୧୨ଟା ବେଳକୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ରେ ତାଙ୍କର ମୃତ୍ୟ ହୋଇଛି ବୋଲି ଜଣା ପଡିଛି। ମୃତ୍ୟ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ବୋଲି ସୂଚନାମିଳୁଛି। ତାଙ୍କର ଅନ୍ତିମ ସଂସ୍କାର ସାନଖେମୁଣ୍ଡି ରାଜଉଆସରେ କରାଯିବାର ସୂଚନାମିଳିଛି। ଏହା ପୂର୍ବରୁ ଡକ୍ଟର ଉଦୟ ନାରାୟଣ ଦେବଙ୍କ ପତ୍ନୀଙ୍କର ପରଲୋକ ହୋଇସାରିଛି। ସୂଚନାମୁତାବକ ଉଦୟ ନାରାୟଣ ଦେବ ମୋହନା ନିର୍ବାଚନ ମଣ୍ଡଳୀରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ଏହାସହ ଜଣେ ବିହଙ୍ଗ ବିଶେଷକ ଭାବେ ମଧ୍ୟ ସେ ବେଶ ନାମ ଅର୍ଜନ କରିଛନ୍ତି।