ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ପଶ୍ଚିମାଝଡ ଏବଂ ରାଜ୍ୟକୁ ପ୍ରବେଶ କରୁଥିବା ଉଷ୍ମଜଳୀୟ ବାଷ୍ପ ପ୍ରଭାବରେ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ଏହାସହ କିଛି ସ୍ଥାନରେ କୁଆପଥର, ସହ ବିଜୁଳି ଘଡଘଡି ମଧ୍ୟ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ଆସନ୍ତା ୩ରୁ ବର୍ଷା ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ବିହନ ବୁଣିବାର ସମୟ ତେଣୁ ବିହନ ବର୍ତ୍ତମାନ ନବୁଣି ବା ପାଇଁ ପାଣିପାଗ ବିଭାଗ ସୂଚନା ଦେଇଛି। ୩ ତାରିଖରେ ସୁନ୍ଦରଗଡ,ବଲାଙ୍ଗୀର,ସୋନପୁର,ଝାରସୁଗୁଡା,ସମ୍ପଲପୁର ,କେଉଁଝର,ଦେଓଗଡରେ ବର୍ଷା ହୋଇପାରେ। ଏହାପରେ ୪ ତାରିଖରେ ସୁନ୍ଦରଗଡ,ବଲାଙ୍ଗୀର,ସୋନପୁର,ଝାରସୁଗୁଡା,ସମ୍ପଲପୁର ,ଢ଼େଙ୍କାନାଳ,ଅନୁଗୁଳ, କଟକ, ଯାଜପୁର,କେନ୍ଦ୍ରାପଡା,ଭଦ୍ରକ, ଜଗତସିଂପୁର,ମୟୁରଭଞ୍ଜ,କେଉଁଝର,ଦେଓଗଡରେ ବର୍ଷାର ପରିମାଣ ବୃଦ୍ଧି ପାଇବ ସହ ଘଡଘଡି ମଧ୍ୟ ହୋଇପାରେ । ଏଥିଲାଗି ଏହି ରାଜ୍ୟକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଦିଆଯାଇଛି।ତେବେ ଆସନ୍ତା କାଲି ଗଜପତି,କନ୍ଧମାଳ,ରାୟଗଡା,ଗଞ୍ଜାମ,ନୟାଗଡ, କଟକରେ କୁହୁଡିର ପରିମାଣ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।