ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: କେନ୍ଦ୍ର ରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଏହି ବୈଠକ ଚାଲିଥିବା ବେଳେ ଅର୍ଥମନ୍ତ୍ରୀଙ୍କ ଅଭିଭାଷଣର କିଛି ମୁଖ୍ୟାଂଶ ହେଉଛି ଚଳିତ ଆର୍ଥିକ ବର୍ଷରେ ‘ଇ-ପାସ୍ପୋର୍ଟର ଶୁଭାରମ୍ଭ ହେବ। ଅନ୍ଲାଇନ୍ ପେମେଣ୍ଟ୍ର ପ୍ରସାର ପାଇଁ ୭୫ଟି ଜିଲ୍ଲାରେ ୭୫ଟି ‘ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ୟୁନିଟ୍’ ସ୍ଥାପନ କରାଯିବାର ଲକ୍ଷ୍ୟ ରଖାଯାଇଛି।‘ଇଣ୍ଟର୍-ଲିଙ୍କଡ୍ ପୋର୍ଟାଲ୍’ ଏବଂ ‘ମିଶ୍ରିତ କ୍ୟାପିଟାଲ୍ ଫଣ୍ଡ୍’ଦ୍ବାରା ‘ଏମ୍ଏସ୍ଏମ୍ଇ’ର ଅଭିବୃଦ୍ଧି କରାଯିବ। ଏହି ବ୍ୟବସ୍ଥାରେ ‘ଉଦ୍ୟମ’, ‘ଇ-ଶ୍ରମ’, ‘ଏନ୍ସିଏସ୍’ ଏବଂ ‘ଅମୀମ’ ଭଳି ପୋର୍ଟାଲ୍ଗୁଡ଼ିକୁ ଇଣ୍ଟର୍-ଲିଙ୍କ୍ କରାଯିବ। ଫଳରେ ସେମାନଙ୍କର ପରିସର ଆହୁରି ବୃଦ୍ଧି ପାଇବ। ଭାରତୀୟ କୃଷକମାନଙ୍କ ପାଇଁ ରାସାୟନିକ ପଦାର୍ଥ ମୁକ୍ତ ପ୍ରାକୃତିକ ଉପାୟ କୃଷିକୁ ପ୍ରୋତ୍ସାହନ ଦିଆଯିବ। ଫସଲ ମୂଲ୍ୟାୟନ, ଜମି ଦଲିଲ୍ର ଡିଜିଟାଲିକରଣ ଏବଂ କୀଟନାଶକ ସିଞ୍ଚନ ନିମନ୍ତେ ‘କିଷାନ୍ ଡ୍ରୋନ୍’ର ପ୍ରସାର କରାଯିବ। ସେଥିପାଇଁ ‘ସର୍ବ ନିମ୍ନ ସହାୟକ ମୂଲ୍ୟ’ ଭାବେ କୃଷକମାନଙ୍କୁ ପ୍ରତ୍ୟକ୍ଷ ଭାବେ ୨.୩୭ କୋଟି ଟଙ୍କା ପ୍ରଦାନ କରାଯିବ। ବର୍ଷ ୨୦୨୨-୨୪ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମୀଣ ଏବଂ ନଗରାଞ୍ଚଳର ୩.୮ ପରିବାର ପାଇଁ ୬୦,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ସମସ୍ତଙ୍କ ମୁଣ୍ଡ ତଳେ ଛାତ ରହିବ । ଏହାସହ ନାରୀ ମାନଙ୍କୁ ସଶକ୍ତ କରିବା ପାଇଁ ୩ଟି ନାରୀକେନ୍ଦ୍ରିକ ମିସନ୍ର ଶୁଭାରମ୍ଭ ହେବ। ମାନସିକ ସ୍ବାସ୍ଥ୍ୟ ପ୍ରତି ସହାୟକ ହେବାକୁ ଅବିଳମ୍ବେ ଜାତୀୟ ବ୍ୟବସ୍ଥା ଶୁଭାରମ୍ଭ ହେବ। ଦକ୍ଷତା ବିକାଶ ନିମନ୍ତେ ଖୁବ୍ ଶୀଘ୍ର ‘ଡିଜିଟାଲ୍ ଇକୋସିଷ୍ଟମ୍’ର ଶୁଭାରମ୍ଭ କରାଯିବ।
‘ଏମର୍ଜେନ୍ସି କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି’ ଯୋଜନା ‘ଏମ୍ଏସ୍ଏମ୍ଇ’କୁ ସହାୟକ ହୋଇଛି। ହୋଟେଲ୍ ଶିଳ୍ପ ଏବଂ ସେ ସମ୍ପର୍କିତ ସେବା ଏଯାବତ୍ କୋଭିଡ୍ ପରିସ୍ଥିତିରୁ ସୁଧୁରି ନାହିଁ। ‘ଇସିଏମ୍ଜିଏଚ୍’ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ହୋଟେଲ୍ ସେକ୍ଟର୍ପାଇଁ ଗ୍ୟାରେଣ୍ଟି କଭର୍ ୫୦,୦୦୦ କୋଟି ଟଙ୍କା ଯାଏ ବୃଦ୍ଧି କରାଯାଇଛି। କୃଷକମାନଙ୍କ ନିମନ୍ତେ ‘ସର୍ବନିମ୍ନ ସହାୟକ ମୂଲ୍ୟ’ ବାବଦକୁ ସିଧାସଳଖ ୨.୩ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ। ୭୫ ବର୍ଷର ସ୍ବାଧୀନ ଭାରତକୁ ୧୦୦ ବର୍ଷ ସ୍ବାଧୀନ ଭାରତକୁ ନେବା ପାଇଁ ଆମ ବଜେଟ୍ ରେ ଗୁରୁତ୍ବ ଦେଇଛି। ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ିକରଣ ଏବଂ ଟିକାକରଣ କାର୍ଯ୍ୟକ୍ରମର ଦ୍ରୁତ କାର୍ଯ୍ୟକାରିତା ଏହାର ପ୍ରମାଣ। ଗତବର୍ଷ ବଜେଟ୍ ଉଲ୍ଲେଖନୀୟ ପ୍ରବର୍ତ୍ତନ ଦେଖିଛି। ଗତ ବଜେଟ୍ରେ ସର୍ବସାଧାରଣ ନିବେଶ ପାଇଁ ଆମେ କରିଥିବା ବ୍ୟବସ୍ଥାଦ୍ବାରା ଏଥର ବଜେଟ୍ ତା’ର ବହୁଗୁଣିତ ପ୍ରଭାବ ଦେଖୁଛି। ଏହା ଯୁବବର୍ଗ, କୃଷକ, ଅନୁସୂଚୀତ ଜାତି/ଜନଜାତି, ମହିଳା ଏବଂ ଗରିବମାନଙ୍କୁ ଉପକୃତ କରିବ। ଜାତୀୟ ରାଜପଥ ୨୫ ହଜାର କିଲୋମିଟର୍ ବୃଦ୍ଧି କରାଯିବ। ୪ଟି ସ୍ଥାନରେ ସ୍ଥାପନ ହେବ ‘ଲଜିଷ୍ଟିକ୍ ପାର୍କ’। ସରକାରଙ୍କର ପରବର୍ତ୍ତୀ ଟାର୍ଗେଟ୍ ହେଉଛି ୬୦ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି। ୧୪ଟି ‘ପିଏଲ୍ଆଇ’ ସେକ୍ଟର୍ ୬୦ ଲକ୍ଷ ନୂଆ କର୍ମସଂସ୍ଥାନ ସୃଷ୍ଟି କରିବା ସହ ଆଗାମୀ ୫ ବର୍ଷରେ ଅତିରିକ୍ତ ୩୦ ଲକ୍ଷ କୋଟି ଟଙ୍କା ଉତ୍ପାଦନ କରିବ। ଉତ୍କୃଷ୍ଟ ମାନର ଭିତ୍ତିଭୂମି ପାଇଁ ଗତି ଶକ୍ତି ମାଷ୍ଟର୍ ପ୍ଲାନ୍ ବ୍ୟବସ୍ଥା କରାଯାଇଛି। ଖୁବ୍ ଶୀଘ୍ର ‘ଏଲ୍ଆଇସି’ର ପବ୍ଲିକ୍ ଇସ୍ୟୁ ଜାରି ହେବ। ସରକାର ନାଗରିକ-କେନ୍ଦ୍ରିକ ସଂସ୍କାର ଉପରେ ଗୁରୁତ୍ବାରୋପ କରିଥିବାରୁ ଆଗାମୀ ୨୫ ବର୍ଷରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଆର୍ଥିକ ସଂସ୍କାର ଉପରେ ଏହି ବଜେଟ୍ର ଲକ୍ଷ୍ୟ ରହିବ ବୋଲି ଚଳିତ ବଜେଟରେ ଉପସ୍ଥାପନ କରାଯାଇଛି।