ସନଷ୍ଟାର ଟିଭି ବ୍ୟୁରୋ
ତେହରାନ: ସୋମବାର ଦିନ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି ଯେ ଇରାନର ଏକ ପ୍ରାଣୀ ଉଦ୍ୟାନର ଗୋଟେ ସିଂହୀ ତାର ରକ୍ଷକଙ୍କୁ ଆକ୍ରମଣ କରି ହତ୍ୟା କରିଛି। ଏହାପରେ ସେଠାରୁ ପଳାଇଛି।
ପ୍ରାଣୀ ଉଦ୍ୟାନର ଜଣେ କର୍ମଚାରୀ କହିଛନ୍ତି ଯେ ପ୍ରାଣୀ ଉଦ୍ୟାନରେ ସିଂହୀ ଜଣକ ଦୀର୍ଘ ବର୍ଷ ଧରି ରହିଆସୁଥିବାରୁ ସେ ତାର ପିଞ୍ଜରା ର କବାଟକୁ ଖୋଲିପାରେ। ସିଂହୀ ଜଣକ ପିଞ୍ଜରାର କବାଟ ଖୋଲିବା ପରେ ୪୦ ବର୍ଷର ବୟସ୍କା ଉପରେ ଆକ୍ରମଣ କରିଥିଲା ଏବଂ ତାଙ୍କୁ ହତ୍ୟାକରିଥିଲା।
ସେ କହିଛନ୍ତି ଯେ ତେହରାନର ଦକ୍ଷିଣ-ପଶ୍ଚିମ ଦିଗରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ମାର୍କାଜି ପ୍ରଦେଶର ଅର୍କ ସହରର ପ୍ରାଣୀ ଉଦ୍ୟାନରେ ରବିବାର ଦିନ ଏହି ଦୁଇ ପ୍ରାଣୀ ନିଜ ଗୁମ୍ଫାରୁ ପଳାଇଯିବାରେ ସଫଳ ହୋଇଥିଲେ। ଘଟଣା ପରେ ସଙ୍ଗେ ସଙ୍ଗେ ସୁରକ୍ଷା ବାହିନୀ ପ୍ରାଣୀ ଉଦ୍ୟାନରେ ପହଞ୍ଚିଥିଲେ। ଏହାସହ ସେମାନଙ୍କୁ ଉଦ୍ଧାର ମଧ୍ୟ କରାଯାଇଛି।