ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆସିଲା ଫେବୃଆରୀ ମାସର ଗାଇଡ ଲାଇନ। ସବୁ ସହରାଞ୍ଚାଳରେ ରାତ୍ରୀ ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ରହିବ। ପୂର୍ବରୁ ରାତ୍ରୀ ୯ଟାରୁ ନାଇଟ କର୍ଫ୍ୟୁ କାର୍ଯ୍ୟକାରୀ ହେଉଥିଲା। ତେବେ ଚଳିତ ମାସରେ ଶ୍ରୀପଞ୍ଚମି ଥିବାରୁ ଏହାକୁ କଟକଣା ମଧ୍ୟରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କରୋନା ସଂକ୍ରମଣ କ୍ରମଶ ହ୍ରାସ ପାଇଥିବାରୁ ନାଇଟ କର୍ଫ୍ୟୁ ରେ କୋହଳ କରାଯାଇଛି। ତେବେ ଘରେ ରହି ଶ୍ରୀପଞ୍ଚମି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବର୍ତ୍ତମାନ ରାଜ୍ୟରୁ କରୋନା ସମ୍ପୁର୍ଣ୍ଣ ଶେଷ ହୋଇ ନାହିଁ ତେବେ ଏହାକୁ ହାଲୁକାରେ ନ ନେବାକୁ ପରାମର୍ଶ ଦିଆଯାଇଛି। ଏହାସହ ଶ୍ରୀପଞ୍ଚମି କରୋନା କଟକଣାରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାସ୍କ ପରିଧାନ କରିବା ସାମଜିକ ଦୂରତା ପାଳନ କରିବାକୁ କଢ଼ାକଢ଼ି ଭାବେ ଆଦେଶ ଦିଆଯାଇଛି।