ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକ ରେ ଭୁବନେଶ୍ବର ର ବିଭିନ୍ନ କଲେଜ ର ଯୁକ୍ତ ଛାତ୍ରଛାତ୍ରୀ ଙ୍କ ଦ୍ବାରା ବୋର୍ଡ ପରୀକ୍ଷା କରାଇବା ନିମନ୍ତେ ଦାବି କରାଯାଇଥିଲା। କୋଭିଡ ର ପରିସ୍ଥିତି ଦେଖି ସିଲାବସ୍ କମାଇବା , ଅନଲାଇନ ବା ଅଫ୍ଲାଇନ୍ ମାଧ୍ୟମ ରେ ପାଠ ପଢ଼ାଇବା ଓ ପାଠ ସମ୍ପର୍କିତ ଦ୍ଵନ୍ଦ ଦୂରୀକରଣ କ୍ଲାସ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ । ଆଗାମୀ ଦିନରେ ଗଣଶିକ୍ଷା ମନ୍ତ୍ରୀ ଏବଂ ବିଭାଗୀୟ ସଚିବ ଙ୍କୁ ଭେଟି ଦାବିପତ୍ର ଦିଆଯିବ ବୋଲି ସୂଚନା ଦେଇଛନ୍ତି। ଏଥିରେ ବିଭିନ୍ନ କଲେଜର ଅନେକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ତେବେ ସୂଚନା ମୂତାବକ କିଛି ଦିନ ତଳେ ଯୁକ୍ତ ଦୁଇ ପରୀକ୍ଷା ନକରାଇ ଏହାକୁ ବାତିଲ କରିବା ପାଇଁ କିଛି ପିଲା ଦାବି କରୁଥିବା ବେଳେ ବର୍ତ୍ତମାନ ପରୀକ୍ଷା କରାଇବାକୁ ନେଇ ଆନ୍ଦୋଳନ ଚାଲିଛି। ତେବେ ବର୍ତ୍ତମାନ କରୋନାର ସ୍ଥିତିରେ ମଧ୍ୟ ସୁଧାର ଆସିଛି। ଏବଂ ପରୀକ୍ଷା କେଉଁ ମାଧ୍ୟମରେ ହେବ ତାହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଆସନାହିଁ।