ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ଶୀତର ପ୍ରଭାବ ବଢ଼ିଛି। ଉତ୍ତର ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେବା ଯୋଗୁଁ ରାଜ୍ୟକୁ ପୁଣି ଶୀତ ଫେରିଛି । ସେହି ପରି ୧୦ ଡିଗ୍ରୀ ତଳେ ୧୦ଟି ସହର ରହିଛି। ଦାରିଙ୍ଗିବାଡିରେ ଏବଂ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ନୂଆପଡା , ବୌଦ୍ଧ , ସୋନପୁର ପ୍ରଭୃତି ସହରରେ ମଧ୍ୟ ଶୀତ ଅନୁଭବ ହେଉଛି। ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୩ ଜିଲ୍ଲାରେ ଶୀତ ବଢ଼ିବ ବୋଲି ସୂଚନା ଦିଆଯାଇଛି। ଏହାସହ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ।