ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ। ଆଜି ସାମ୍ବାଦିକ ସମ୍ମୀଳନିରେ ଯୋଗ ଦେଇ ଡି ପୁରନ୍ଦେଶ୍ବରୀ କହିଛନ୍ତି ଯେ ସେପଞ୍ଚାୟତ ନିର୍ବାଚନଙ୍କୁ ନେଇ ସମୀକ୍ଷା କରିଛନ୍ତି ଏବଂ ଏଥିରୁ ଜଣା ପଡୁଛି ଯେ ଓଡିଶାର ଲୋକଙ୍କୁ ମୁକ୍ତି ଦରକାର। ଓଡିଶାର ଲୋକ ପରିବର୍ତ୍ତନ ଚାହୁଁଛନ୍ତି। ୨୦ ବର୍ଷ ହେଲା ବିଜେଡି ଶାସନ କରୁଛି ସତ କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଠାକାର ଲୋକଙ୍କ ଜୀବନରୁ କୌଣସି ଦୁଃଖ ଯାଇ ନାହିଁ । ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ଲୋକ ଗରୀବ ସୀମା ତଳେ ରହିଛନ୍ତି। ପ୍ରଧାମନ୍ତ୍ରୀ ବହୁ ଯୋଜନା ଆଣୁଛନ୍ତି କିନ୍ତୁ ରାଜ୍ୟ ସରକାର କିଛି ବି ଏଠାରେ କାର୍ଯ୍ୟକାରୀ ହେବାକୁ ଦେଉ ନାହାନ୍ତି। କାର୍ଯ୍ୟ କରେଇବା ବାହାନାରେ ଲାଞ୍ଚ ନେଉଛନ୍ତି। ପଞ୍ଚାୟତ ନିର୍ବାଚନ ସମୟରେ ହିଁ ଓଡିଶାର ପ୍ରଶାସନ କାଳିଆ ଟଙ୍କାର ଲୋଭ ଦେଖାଉଛନ୍ତି। ଯାହା ବି ବିକାଶ କାର୍ଯ୍ୟ ହେଉଛି ସବୁ କେନ୍ଦ୍ରସରକାର କରୁଛନ୍ତି କିନ୍ତୁ ଓଡିଶା ସରକାର କରୁଛନ୍ତି କଣ? ନବୀନ ସରକାର ଲଗାତାର ଲୁଟୁଛନ୍ତି ଏଠାକାର ଲୋକମାନଙ୍କ ପାଇଁ କିଛି ବି କରୁ ନାହାନ୍ତି। ଓବିସି ସଂରକ୍ଷଣ ଦେବା ନାଁରେ କେବଳ ବିଜେଡି ପ୍ରତାରଣା ଦେଉଛନ୍ତି। ପାର୍ଟିର ଆଶ୍ରୟ ନେଉଛନ୍ତି ନବୀନ ବାବୁ। ପାର୍ଟି ତରଫରୁ ଓବିସି ସଂରକ୍ଷଣ ଦେଉଛନ୍ତି ରାଜ୍ୟ ସରକାର। ଏଠାକାର ଲୋକମାନଙ୍କୁ ସବୁ ଜଣା ପଡିଗଲାଣି , ତେଣୁ ଯଦି ଏଠାକାର ଜନସମାଜ ବିକାଶର ପଥରେ ଓଡିଶାକୁ ଦେଖିବାକୁ ଚାହୁଁଛନ୍ତି ତେବେ ବିଜେପିର କର୍ମକର୍ତ୍ତାଙ୍କୁ ନିଶ୍ଚୟ ଗାଦିକୁ ଆଣିବେ। କେବଳ ଏତିକି ନୁହେଁ ମହିଳା ମାନଙ୍କ କ୍ଷେତ୍ରରେ ମଧ୍ୟ ଆପଣ ଦେଖିଛନ୍ତି ଯେ କିପରି ବିଜେପି ମହିଳା ମାନଙ୍କ ସୁରକ୍ଷା ପାଇଁ ସଦାସର୍ବଦା ଆଗକୁ ଆସିଛି ତେଣୁ ଓଡିଶାର ଲୋକମାନେ ଏଥର ନିର୍ବାଚନରେ ଭାବି ଚିନ୍ତି ତାଙ୍କର ପ୍ରତିନିଧି ବା ଶାସକ ଦଳ ଚୟନ କରିବେ।