ସନଷ୍ଟାର ଟିଭି ବ୍ୟୁରୋ
ପୁରୀ:ସ୍ୱର୍ଗଦ୍ୱାର ଶ୍ମଶାନରେ ଜିଲ୍ଲା ବାହାର ଲୋକଙ୍କ ଶବସତ୍କାର କଟକଣା ପ୍ରତ୍ୟାହାର କରିଛି ଜିଲ୍ଲା ପ୍ରଶାସନ । କରୋନାରେ ମୃତ୍ୟୁ ହୋଇ ନଥିବା ଜିଲ୍ଲା ବାହାର ଲୋକଙ୍କ ଶବ ସେଠାରେ ସତ୍କାର କରାଯାଇପାରିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି । ଶବସତ୍କାର ପାଇଁ ୧୦ଜଣରୁ ସର୍ବାଧିକ ବ୍ୟକ୍ତିଙ୍କୁ ଯିବା ପାଇଁ ନିର୍ଦେଶନାମାରେ କୁହାଯାଇଛି । ଶବସତ୍କାର ପାଇଁ ପଞ୍ଜିକରଣ ସମୟରେ ମୃତକଙ୍କ ମୃତ୍ୟୁ ସମ୍ପର୍କିତ ଡାକ୍ତରୀ ଚିଠା ସମେତ ପରିଚୟପତ୍ର ଦେଖାଇବାକୁ ପଡ଼ିବ । ସେହିପରି ମହୋଦଧିରେ ଅସ୍ତି ବିସର୍ଜନ ପାଇଁ ପୂର୍ବରୁ ଜାରି କଟକଣା ପ୍ରତ୍ୟାହୃତ ହୋଇଛି। ଜିଲ୍ଲାରେ କୋଭିଡ ସଂକ୍ରମଣ ବ୍ୟକ୍ତିଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇବା ପରେ ଏଭଳି ପଦକ୍ଷେପ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଗ୍ରହଣ କରିଛନ୍ତି । କୋଭିଡ ନୀୟମାବଳୀ ଅନୁପାଳନ ପୂର୍ବକ ସର୍ବାଧିକ ୧୦ ଜଣଙ୍କ ଉପସ୍ଥିତିରେ ଶବ ସତ୍କାର କରିବା ନେଇ ନିର୍ଦ୍ଦେଶ ରହିଛି ।(ରିର୍ପୋଟ:ଶଙ୍କର ସରକାର)