ସନଷ୍ଟାର ଟିଭି ବ୍ୟୁରୋ
ପୁରୀ:ଶ୍ରୀମନ୍ଦିର ପୁଣି ସର୍ବସାଧାରଣଙ୍କ ଲାଗି ଏବେ ଖୋଲିବ କି ନାହିଁ ସେ ବିଷୟରେ ଆଲୋଚନା କରିବାକୁ ଆଜି ବସିବ ଛତିଶାନିଯୋଗ ବୈଠକ । ଅପରାହ୍ନ ସାଢେ ୪ଟାରେ ଏହି ବୈଠକ ବସିବ । ଭିଡିଓ କନଫରେନସିଂ ଜରିଆରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଉପମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସମସ୍ତ ସେବାୟତ ନିଯୋଗର କର୍ମକର୍ତ୍ତା ଓ ପରିଚାଳନା କମିଟିର ସବୁ ସଦସ୍ୟ ଯୋଗ ଦେବେ । ତେବେ ଶ୍ରୀମନ୍ଦିର ଖୋଲିବାକୁ ନେଇ ବହୁ ବିବାଦ ଦେଖା ଦେଉଛି। ଶ୍ରୀମନ୍ଦିର ନଖୋଲିବା ଦ୍ବାରା ଏହା ପୁରୀରେ ବସବାସ କରୁଥିବା ଲୋକମାନଙ୍କ ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ତେଣୁ ଏହି ସବୁ କୁ ଦୃଷ୍ଟିରେ ରଖି ଆଜିର ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନାମିଳୁଛି।