ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦିଲ୍ଲୀରେ ୱିକେଣ୍ଡ୍ କର୍ଫ୍ୟୁକୁ ହଟାଇ ଦିଆଯାଇଛି। ବଜାର ପାଇଁ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇଦିଆଯାଇଛି ଏବଂ ରେସ୍ତୋରାଁ ଏବଂ ସିନେମାଗୁଡିକ ୫୦ ପ୍ରତିଶତ କ୍ଷମତାରେ ପୁନଃ ଖୋଲା ଯାଇପାରିବ ବୋଲି ସୂଚନା ମିଳିଛି। ରାଜଧାନୀ ଦିଲ୍ଲୀରେ କୋଭିଡ୍ ମାମଲା ହ୍ରାସ ପାଇବାରେ ଲାଗିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ବିଦ୍ୟାଳୟ ଓ କଲେଜଗୁଡ଼ିକ ବର୍ତ୍ତମାନ ପାଇଁ ବନ୍ଦ ରହିବ । ଏହାସହ ବିବାହରେ ଅତିଥି ସଂଖ୍ୟା ୨୦ ରୁ ୨୦୦ କୁ ବୃଦ୍ଧି କରାଯାଇଛି । ସ୍ଥିତିରେ ସୁଧାର ଆସିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଯଦିଓ କୌଣସି ୱିକେଣ୍ଡ୍ କର୍ଫ୍ୟୁ ମଧ୍ୟ ହେବ ନାହିଁ ବୋଲି କୁହାଯାଇଛି।
୫୦ ପ୍ରତିଶତ କର୍ମଚାରୀଙ୍କ ସହ ସରକାରୀ କାର୍ଯ୍ୟାଳୟକୁ ପୁନଃଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଆଜିର ବୈଠକରେ ବିଦ୍ୟାଳୟଗୁଡ଼ିକ ଖୋଲିବା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ସହରରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି ।