ସନ୍ଷ୍ଟାର ଟିଭି ବ୍ୟୁରୋ
ପାଟନା : ସରକାରୀ ଚାକିରି ପାଇଁ ଆଶାୟୀ ଥିବା ଯୁବକ ଯୁବତୀମାନଙ୍କ ପାଇଁ ଆଣିଛନ୍ତି ଏକ ନୂତନ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି ଝାଡଖଣ୍ଡ ସରକାର ହେମନ୍ତ ସୋରେନ । ସେହି ଆଇନ୍ ଅନୁସାରେ ଯେଉଁ ପ୍ରାର୍ଥୀମାନେ ସରକାରୀ ଚାକିରି ପାଇଁ ଆଶାୟୀ ଅଛନ୍ତି ସେମାନଙ୍କୁ ଚାକିରି ଆବଦନ କରିବା ସମୟରେ ସମସ୍ତ ଦରକାରୀ ତଥ୍ୟ ସହ ଏକ ସତ୍ୟପାଠ ଦାଖଲ କରିବାକୁ ପଡିବ । ଯେଉଁ ସତ୍ୟପାଠରେ ଲେଖାଥିବ କି ସେମାନେ ଆଗରୁ କେବେ ତମାଖୁ ସେବନ କରୁ ନଥିଲେ ଓ ଚାକିରି କରିବା ପରେ କେବେ ବି ତମାଖୁ ସେବନ କରିବେ ନାହିଁ ।
କିଛି ଦିନ ପୂର୍ବରୁ ରାଞ୍ଚିରେ ଅନୁଷ୍ଠିତ ହୋଇଥିବା ତମାଖୁ ନିୟନ୍ତ୍ରଣ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାସହ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରୁଥିବା ଦୋକାନୀମାନେ ସେମାନଙ୍କ ଦୋକାନରେ କୌଣସି ଖାଦ୍ୟ ସାମଗ୍ରୀ ବିକ୍ରି କରିପାରିବେ ନାହିଁ ବୋଲି ଏହି ବୈଠକରେ ବି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏଭଳି ନିଷ୍ପତ୍ତି ହେବା ପରେ ରାଜ୍ୟସରକାରରେ ମନ୍ତ୍ରୀ ଥିବା ଆଲମଗୀରି ଆଲାମ କହିଛନ୍ତି କି ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏଥିରେ ସମସ୍ତଙ୍କର ସହମତି ରହିବା ଆବଶ୍ୟକ । ଏହାଦ୍ୱାରା ଆଗାମୀ ପିଢିକୁ ତମାଖୁ ଭଳି ମାରାତ୍ମକ ଅଭ୍ୟାସରୁ ମୁକୁଳାଯାଇ ପାରିବ । ନ୍ୟାସନାଲ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଝାଡଖଣ୍ଡ ରାଜ୍ୟ ନୋଡାଲ ଅଧିକାରୀ ଏଲ୍.ଆର୍ .ପାଠକ୍ କହିଛନ୍ତି କି କମିଟି ଏହି ନିଷ୍ପତ୍ତି ନେଇଛି କି ଏହି ଆଇନକୁ ୨୦୨୧ ମସିହା ଏପ୍ରିଲ ମାସରୁ ରାଜ୍ୟରେ ଲାଗୁ କରାଯିବ ।