ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ସାରା ରାଜ୍ୟରେ ମଧ୍ୟ ଉତ୍ସବ ମୁଖର ହୋଇ ପଡିଛି। ଆଜି ଏହି ଦିବସ ଅବସରରେ ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।ଏଥି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ପରେଡ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ କରୋନା କଟକଣାରେ ଏହି ଉତ୍ସବ ପାଳନ କରାଯାଉଛି। ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ଦ୍ବାରା ଏହାର ସିଧା ପ୍ରସାରଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାସହ ବୀର ଜବାନ ମାନଙ୍କର ବଳିଦାନକୁ ସ୍ମରଣ କରିଥିଲେ। ଏ ମାଟି ଆମର ଏହା ପ୍ରତିଥିବା ପ୍ରତି କର୍ତ୍ତବ୍ୟକୁ ପାଳନ କରିବା ହେଉଛି ଆମର ଉଦ୍ଦେଶ୍ୟ।