ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଶାସକ ଦଳ ନାଁରେ ସାଂଘାତିକ ଅଭିଯୋଗ । ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳର ବିଭିନ୍ନ ପ୍ରାର୍ଥୀଙ୍କୁ ଧମକାଇ ଚମକାଇ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଛି ଶାସକ ଦଳ । ଯାଜପୁର, ବରଗଡ଼, ଝାରସୁଗୁଡା,ମାଲକାନଗିରି ସମେତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଏହିପରି କରାଯାଉଥିବା ଆଭିଯୋଗ ଆଣିଛନ୍ତି ବିରୋଧୀ । ଯାଜପୁରରେ ପୋଲିସ ଏବଂ ପ୍ରଶାସନ ଚାପ ପକାଇ ପ୍ରାର୍ଥୀମାନଙ୍କୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଛନ୍ତି । ସେହିପରି ବରଗଡ଼ ଭଟଲି ରେ ମନ୍ତ୍ରୀ ସୁଶାନ୍ତ ସିଂ ନିଜେ ଚାପ ପକାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛି ବିଜେପି । ଏହା ସହ ମାଲକାନଗିରି କାଲିମେଳାର ଜୋନ୍ ୨ ର ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା କାବାସୀଙ୍କୁ ଦୁଇ ଦିନ ହେବ ଅପହରଣ କରି ନିଆଯାଇଥିବା ଅଭିଯୋଗ ଆଣିଛି ବିଜେପି । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ବିଜେପିର ଏକ ପ୍ରତିନିଧି ଦଳ ଭେଟିଛି।