ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ବୁଲିବା କାହାକୁ ବା ପସନ୍ଦ ନୁହେଁ। ଲୋକ ସବୁ ବେଳେ ନୂଆ ନୂଆ ସ୍ଥାନ ପରିଭ୍ରମଣ କରିବାକୁ ଇଚ୍ଛା କରନ୍ତି। ତେବେ ଆଜିର ବ୍ୟସ୍ତ ବହୁଳ ଜୀବନରେ କିଛି ଲୋକ ହୋଟେଲ ,କ୍ୟାଫେ ଯାଇକି ସମୟ ଅତିବାହିତ କରୁଥିବା ବେଳେ ବହୁତ ଲୋକ ପରିବେଶ କୋଳରେ କିଛି ସମୟ ବିତାଇବାକୁ ଚାହିଁଥାଆନ୍ତି। ସୂର୍ଯ୍ୟ ଉଦୋୟ ,ସୂର୍ଯ୍ୟାସ୍ଥ ଦେଖିବାକୁ ବହୁ ଲୋକେ ପସନ୍ଦ କରନ୍ତି। ନୂଆବର୍ଷର ଆରମ୍ଭ ହେଉଛି କି ନିଜ ପ୍ରିୟଜନକଙ୍କ ସହିତ କିଛି ସମୟ ବିତାଇବା ଲୋକମାନେ ପ୍ରାୟତଃ ଶାନ୍ତ ଏବଂ ରୋମାଞ୍ଚକ ପରିବେଶ ଲୋଡିଥାଆନ୍ତି। ତେବେ ଓଡିଶାରେ ମଧ୍ୟ ବହୁ ଭମ୍ରଣ ସ୍ଥାନ ରହିଛି । ଆଉ ଯଦି ଆପଣ ପରିବାର ଆଉ ପିଲା ଛୁଆଁଙ୍କୁ ନେଇ ଆସୁଛନ୍ତି ତେବେ ସବୁ ଠାରୁ ପ୍ରଥମେ ମନରେ ଉଙ୍କି ମାରି ଥାଏ ନନ୍ଦନକାନନ। ନନ୍ଦନକାକନ ଯିବାକୁ କିଏ ବା ମନ ନ ବଳାଏ। ପିଲାମାନଙ୍କ ପାଇଁ ଏହାଠାରୁ ଭଲ ଆଉ କିଛି ସ୍ଥାନ କଣ ବା ହୋଇପାରେ। ତେବେ ନନ୍ଦନକାନନ କେବଳ ଓଡିଶା ଲୋକମାନଙ୍କ ପାଇଁ ନୁହେଁ ବରଂ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି। ନନ୍ଦନକାନନ ଭାରତର ପ୍ରଥମ ପ୍ରାଣୀ ଉଦ୍ୟାନ ଯେଉଁଠାରେ ଧଳା ବାଘ ସଫାରୀ ରହିଛି। ବାଘ ସଫାରୀ, ସିଂହ ସଫାରୀ ,ହରିଣ ସଫାରୀ ଠାରୁ ଆରମ୍ଭ କରି ଗୋଲାପ ଉଦ୍ୟାନ, ଟୟଟ୍ରେନ ଆଦି ବହୁ କିଛି ଦେଖିବା ବୁଲିଲା ଭଳି ସ୍ଥାନ ରହିଛି ଏହା ଭିତରେ । ସେଇଥି ପାଇଁ ତ ଏଠାରେ ପ୍ରତିଦିନ ହଜାର ହଜାର ଲୋକଙ୍କ ସୁଅ ଛୁଟେ। କେବଳ ଏତିକି ନୁହେଁ ପରିବେଶର ସବୁଜିମାକୁ ଅନୁଭବ କରିବାକୁ ଚାହୁଁଥିଲେ ଏହାଠାରୁ ଉଚିତ ସ୍ଥାନ ଆଉ କେଉଁଠି ବି ନାହିଁ। ତେବେ ରାଜ୍ୟ ପ୍ରଶାସନ ଏହାକୁ ନେଇ ବହୁ ତତ୍ପର ମଧ୍ୟ । ଲୋକ ମାନଙ୍କ ପାଇଁ ସବୁ ସୁବିଧାର ବ୍ୟବସ୍ଥା ମଧ୍ୟ କରିଛନ୍ତି। କିନ୍ତୁ ସବୁଠାରୁ ବଡ କଥା ହେଉଛି ଆପଣ ଯଦି ଏଠାକୁ ବୁଲିବାକୁ ଆସୁଛନ୍ତି ତେବେ ଆପଣକୁ ଅନଲାଇନ ରେ ବୁକିଙ୍ଗ କରିବାକୁ ପଡିବ। ଯାହା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ନନ୍ଦନକାନନର ଏକ ସ୍ବତନ୍ତ୍ର ସାଇଟ ଖୋଲାଯାଇଛି। ଯେଉଁଠାରେ ଆପଣ ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନ ପାଇଁ ପ୍ରବେଶ ଟିକେଟ ବୁକ କରିବେ। ସୁବିଧା ତ ଅନେକ ହେଲେ ଅସୁବିଧା ଉପରେ କାହାର ନଜର ହିଁ ଯାଏଁ ନାହିଁ।
ଅସୁବିଧା କଣ?
ନନ୍ଦନକାନକୁ ଯିବା ପାଇଁ ଆପଣଙ୍କୁ ଏକ ସ୍ମାର୍ଟ ଫୋନ ଆବଶ୍ୟକ। ମୋବାଇଲ ଫୋନ ନଥିଲେ ଆପଣ ଭିତରକୁ ଯାଇ ପାରିବେ ନାହିଁ, କି ଏହାର ମନୋରମା ଦୃଶ୍ୟକୁ ଅନୁଭବ କରିପାରିବେ ନାହିଁ। କାରଣ ଟିକେଟ ଅନଲାଇରେ ବୁକିଙ୍ଗ କରିବାକୁ ପଡିବ। ଏହାର ଏକ ପ୍ରିଣ୍ଟ ବାହରକରିବାକୁ ପଡିବ। ଯାହା ସେଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କର ମୁଣ୍ଡବ୍ୟଥାର କାରଣ ପାଲଟିଛି । ମୁଖ୍ୟତ ସବୁ ଲୋକଙ୍କୁ ଏହା ବିଷୟରେ ଜଣାନାହିଁ। ସ୍ମାର୍ଟ ଫୋନ ସମସ୍ତଙ୍କ ପାଖରେ ଅଛି ସତ କିନ୍ତୁ ଏହାର ବିଭିନ୍ନ ବ୍ୟବହାର ବିଷୟରେ ସମସ୍ତଙ୍କୁ ଜଣା ନଥାଏ। କରୋନା ପାଇଁ ଅନଲାଇନର ବ୍ୟବସ୍ଥାନ କରାଯାଇଛି। କିନ୍ତୁ ଲୋକମାନେ ଏଥିପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଲାଇନରେ ଛିଡା ହୋଇ ଟିକେଟ ପ୍ରିଣ୍ଟ କରିବାରେ ମଧ୍ୟ ବିଳମ୍ବ ହେଉଛି ଏବଂ ଭିଡ ଉପୁଜୁଛି। ଆଉ ଯାହା ପାଖରେ ସ୍ମାର୍ଟ ଫୋନ ଟେ ନାହିଁ ତାହା ପାଇଁ ନନ୍ଦନକାନନ ସାତସପନ। ତେବେ କିଛି ପର୍ଯ୍ୟଟକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଏହି ଅନଲାଇନ ବୁକିଙ୍ଗ କରିବା ଦ୍ବାରା ସମୟ ନଷ୍ଟ ହେବା ସହ ବିଳମ୍ବ ଲାଗୁଛି। ଯଦି କୌଣସି ପଦକ୍ଷପ ନିଆଯାଇଛି ତାହା ସ୍ବାଗତ ଯୋଗ୍ୟ ସତ କିନ୍ତୁ ଏହା ଯଦି ସମସ୍ତ ବର୍ଗର ଲୋକ ମାନଙ୍କ ପାଇଁ ଫଳପ୍ରଦ ନହୁଏ ତାହା ହେଲେ ଏହା କୌଣସି କାର୍ଯ୍ୟକୁ ନୁହେଁ ବୋଲି ମତପ୍ରକାଶ ପାଉଛି। ଆଉ ଯଦି ଆପଣ ଚାହୁଁଛନ୍ତି ବିନା ବିଳମ୍ବରେ ନନ୍ଦନକାନନ ଭ୍ରମଣ କରିବାକୁ ତାହା ହେଲେ ଆପଣ ନନ୍ଦନକାନନ ସାଇଟକୁ ଯାଇଁ ଆଗରୁ ଟିକେଟ କାଟି ନିଅନ୍ତୁ ଯାହା ଫଳରେ ଆପଣଙ୍କ ସମୟ ବଞ୍ଚିଯିବ ଏବଂ ବିନା ଦ୍ବନ୍ଦରେ ଆପଣ ବୁଲି ପାରିବେ ।