ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂକ୍ରମଣ ତାର କାୟା ମେଲାଇ ରହିଛି। କିନ୍ତୁ ଧୀରେ ଧୀରେ ଏହା କ୍ରମଶ କମିବାରେ ଲାଗିଛି। ବର୍ତ୍ତମାନ ସ୍ଥିତି ଟିକିଏ ସୂଧୁରି ବାରେ ଲାଗିଛି। ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପିଲାମାନେ ପାଠ ପଢ଼ନ୍ତୁ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ। ସ୍ଥିତି ଦେଖି କୁହାଯିବ କେଉଁ ମୋଡରେ ପରୀକ୍ଷା ହେବ। ପିଲା ମାନେ ସେ ସବୁ କୁ ଚିନ୍ତା ନକରି ନିଜ ପାଠ ପଢ଼ାରେ ଧ୍ୟାନ ଦିଅନ୍ତୁ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।