ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଆଦିତ୍ୟ ନାରାୟଣ ଏବଂ ତାଙ୍କ ପତ୍ନୀ, ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ ଖୁବ ଶୀଘ୍ର ପିତାମାତା ହେବାଯାଉଛନ୍ତି। ସେମାନେ ତାଙ୍କର ପ୍ରଥମ ଶିଶୁକୁ ସ୍ୱାଗତ କରିବାକୁ ଯାଉଛନ୍ତି। ଏନେଇ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଆଦିତ୍ୟ କହିଛନ୍ତି। “ଶ୍ୱେତା ଏବଂ ମୁଁ ଆମ ଜୀବନର ଏହି ନୂତନ ପର୍ଯ୍ୟାୟକୁ ଅପେକ୍ଷା କରିଛୁ। ମୁଁ ପିଲାମାନଙ୍କୁ ବହୁତ ଭଲପାଏ ଏବଂ ବାପା ହେବାକୁ ବହୁତ ଆଶା ମୋର।
ଗାୟକ କହିଛନ୍ତି ଯେ ଏହା ସେମାନଙ୍କ ପାଇଁ ଏକ ସ୍ୱପ୍ନ ଅଟେ । ସେ ଶେୟାର କରିଛନ୍ତି, “ଏହା ଫିଲ୍ମି ଶବ୍ଦ ହୋଇପାରେ, କିନ୍ତୁ ବିବାହ ବନ୍ଧନରେ ଆବଦ୍ଧ ନଥିବା ପୂବର୍ରୁ ସେ ବାପା ହେବା କଥା ସବୁ ବେଳେ ଭାବୁଥିଲେ। ସେ ମୁଁ ଖୁସି ଯେ ତାଙ୍କର ସ୍ୱପ୍ନ ସାକାର ହେବାକୁ ଯାଉଛି। ସୂଚନାମୁତାବକ ଆଦିତ୍ୟ ଏବଂ ଶ୍ୱେତା ଶାପିତ୍ (୨୦୧୦) ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ସେମାନେ ଡିସେମ୍ବର ୧, ୨୦୨୦ରେ ବିବାହ କରିଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ବିଗତ କିଛି ବର୍ଷ ମଧ୍ୟରେ ବହୁତ କଠିନ ପରିଶ୍ରମ କରିଛି କାରଣ ମୁଁ ମୋ ପତ୍ନୀ ଏବଂ ପରିବାରକୁ ଏକ ଭଲ ଜୀବନଶୈଳୀ ଯୋଗାଇବାକୁ ଚାହୁଁଥିଲି। ଏହା ବହୁତ ଭଲ ଯେ ଆମେ ବର୍ତ୍ତମାନ ଏକ ପରିବାର ଆରମ୍ଭ କରୁଛୁ। ଆଦିତ୍ୟ ଆଶା କରନ୍ତି ଯେ ସେମାନେ ଏକ ଶିଶୁ କନ୍ୟା ଆଶୀର୍ବାଦ ପ୍ରାପ୍ତ ହେଉ।