ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଜଣେ ୧୦୬ ବର୍ଷୀୟ ଭୋଟର ୩୬ ତମ ଥର ପାଇଁ ଭୋଟ ଦେବେ ବୋଲି ଖବର ପ୍ରକାଶ ପାଉଛି। ଉତ୍ତର ପୂର୍ବ ରେଳ ମଜଦୁର ୟୁନିଅନର (NERMU) ସାଧାରଣ ସମ୍ପାଦକ କାନହୟା ଲାଲ ଗୁପ୍ତା ୧୯୫୨ ମସିହାରୁ ଗୋରଖପୁରରେ ଆଧାର କରି ଗୁପ୍ତା ସର୍ବ ପୁରାତନ ପଞ୍ଜୀକୃତ ଭୋଟରମାନଙ୍କ ମଧ୍ୟରୁ ଜଣେ।
ଗୁପ୍ତା ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ୧୯୫୧ ମସିହାରେ ଭୋଟ ଦେବାକୁ ସକ୍ଷମ ହୋଇଥିଲେ। ଏହାସହ ସେ ତାଙ୍କର ପ୍ରଥମ ଅନୁଭୁତି ମଧ୍ୟ ବାଣ୍ଟିଛନ୍ତି। ସେ କହିଛନ୍ତି ଯେ ଯେବେ ସେ ପ୍ରଥମ ଥର ଭୋଟ ଦେଇଥିଲେ ଏବଂ ତାଙ୍କ ଆଙ୍ଗୁଠିରେ ଯେଉଁ କାଳି ଲଗାଇଯାଇଥିଲା ତାହାକୁ ସେ ଅନେକ ଦିନ ପର୍ଯ୍ୟନ୍ତ କ୍ଷୀଣ ହେବାକୁ ଦେଇ ନଥିଲି।
ସେ ୧୯୪୬ ମସିହାରେ ରେଳ ସେବାରେ ଯୋଗ ଦେଇଥିଲେ ଏବଂ NERMU ସହିତ ଜଡିତ ହୋଇଥିଲେ।ଏହାସହ ପ୍ରତିବର୍ଷ ସାଧାରଣ ସଚିବ ଭାବେ ନିର୍ବାଚନ ଲଢ଼ନ୍ତି ଏବଂ ଜିତନ୍ତି ମଧ୍ୟ। ସୂଚନାମୁତାବକ ଗୁପ୍ତା କିଛି ଦିନ ପୂର୍ବରୁ କରୋନାଭାଇରସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କ ବୟସକୁ ଦୃଷ୍ଟିରେ ରଖି ଡାକ୍ତରମାନେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଡାକ୍ତରଖାନାରେ ରହିବା ସମୟରେ ମଧ୍ୟ ଗୁପ୍ତା ଉଭୟ ଆଗାମୀ ବିଧାନସଭା ନିର୍ବାଚନ ଏବଂ ରେଳ ନିର୍ବାଚନ ବିଷୟରେ ଅପଡେଟ୍ ନେଉଥିଲେ । ୧୦୬ବର୍ଷ ବୟସରେ ମଧ୍ୟ ଗୁପ୍ତାଙ୍କ ବିନା ସାହାଯ୍ୟରେ ଚାଲିବା ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କର ତୀକ୍ଷ୍ଣ ସ୍ମୃତି ଶକ୍ତି ମଧ୍ୟ ରହିଛି ଏବଂ ଦଶନ୍ଧି ପୂର୍ବରୁ ଘଟିଥିବା ଘଟଣାଗୁଡ଼ିକୁ ସେ ସ୍ମରଣ କରିପାରନ୍ତି ବୋଲି ଏକ ରିପୋର୍ଟରେ କୁହାଯାଇଛି।
ଆସନ୍ତା ସପ୍ତାହରେ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ଆୟୋଗର କାର୍ଯ୍ୟସୂଚୀ ଅନୁଯାୟୀ ପାଞ୍ଚଟି ରାଜ୍ୟ ପାଇଁ ମତଦାନ ସାତୋଟି ପର୍ଯ୍ୟାୟରେ ହେବ, ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୦ ରୁ ଶେଷ ପର୍ଯ୍ୟାୟ ମାର୍ଚ୍ଚ ୭ ରେ ଶେଷ ହେବ। ଏବଂ ମାର୍ଚ୍ଚ ୧୦ରେ ଗଣନା କରାଯିବ ।