ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପୁରୀରେ ମହା ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗି ରହୁଛି। ତେବେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବା ଦ୍ବାରା କୋଭିଡ ର ଆଶଙ୍କା ମଧ୍ୟ ବୃଦ୍ଧି ପାଉଥିବାରୁ ପୁରୀ ଶ୍ରୀମନ୍ଦିରକୁ ବନ୍ଦ ରଖାଯାଇଛି। ଯାହା ଫଳରେ ବହୁ ଶ୍ରଦ୍ଧାଳୁ ମନ୍ଦିର ବାହାର ହିଁ ଦିଅଙ୍କୁ ଦର୍ଶନ କରି ଫେରୁଛନ୍ତି। କେବଳ ଏତିକି ନୁହେଁ ଶ୍ରଦ୍ଧାଳୁ ମାନଙ୍କର ଭିଡ ନଜମିବା ଦ୍ବାରା ଅର୍ଥ ନୈତିକ ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଉଛି। ତେବେ ଆଗରୁ ମଧ୍ୟ କୋଭିଡ କଟକଣା ମଧ୍ୟରେ ପୁରୀ ଶ୍ରୀମନ୍ଦିର ଖୋଲାଯାଉଥିଲା। ଏବେ ମଧ୍ୟ ସେହି ପ୍ରୋଟୋକଲ ମାଧ୍ୟମରେ ଶ୍ରୀମନ୍ଦିର ଖୋଲିବାକୁ ଦାବି ଆଣିଛି ଶ୍ରୀ ଜଗନ୍ନାଥ ସେନା। ତେବେ ଶ୍ରୀ ମନ୍ଦିରକୁ ବେଆଇ ଭାବେ ବନ୍ଦ କରାଯାଇଛି ବୋଲି ଜଗନ୍ନାଥ ସେନା ଅଭିଯୋଗ ଆଣିଛି। ଏହି ନିଷ୍ପତ୍ତି କୁ ବଦଳାଇ ଏହାର ବିକଳ୍ପ କିଛି ଚିନ୍ତା କରିବାକୁ ଜଗନ୍ନାଥ ସେନା ଦାବି କରିଛି। ଯଦି ପ୍ରଶାସନ ଏଥିରେ କୌଣସି ପଦକ୍ଷପ ନ ନେଲା ତେବେ ଆଗକୁ ଆନ୍ଦୋଳନ ଜୋରଧରିବ ବୋଲି ଜଗନ୍ନାଥ ସେନା ସୂଚାଇ ଦେଇଛି।