ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିବା ପରେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ୩ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ଏବେ ସରିଛି ପାଠକ ବାପପୁଅଙ୍କ ରିମାଣ୍ଡ ଅବଧି । ଉଭୟ ବାପ ପୁଅଙ୍କୁ କୋର୍ଟରେ ହାଜର କରାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଛି ।
ତେବେ ରିମାଣ୍ଡ ସରିବା ପରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଆର୍ଥିକ କାରବାରକୁ ନେଇ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା ପାଠକ ବାପା ପୁଅଙ୍କୁ । ତେବେ ଜେରା ବେଳେ ଆକାଶ ଟାଟା ମୋଟର୍ସରେ ଚାକିରି କରିନଥିବା ନେଇ ସ୍ୱୀକାର କରିଥିଲେ । ଝିଅର ପାଠ ପଢା ପାଇଁ ୯୦ ଲକ୍ଷ ଓ ପୁଅର ପାଠପଢା ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଥିଲା । ତେବେ ଝିଅର ବାହାଘର କରିବାକୁ ଏଯାଏଁ ଖର୍ଚ୍ଚ କରିଛନ୍ତି ୬୦ ଲକ୍ଷ ଓ ପୁଅର ବାହାଘର ପାଇଁ ୧୦ କୋଟି ଟଙ୍କାର ବଜେଟ ହୋଇଥିଲା । ନଭେମ୍ଵର ମାସରେ ବାପ ପୁଅ ୮୫ ଲକ୍ଷ ଟଙ୍କା ଜମା କରିଥିବା ଜଣାପଡିଛି । ଭୁବନେଶ୍ଵରରେ HDFC ଓ ICICI ବ୍ୟାଙ୍କରେ ଜମା ହୋଇଥିଲା ଏହି ଟଙ୍କା ।
ତେବେ ଆକାଶର ପିଏ ଡେଭିଡ୍ ପିଟରଙ୍କୁ ଜେରା କରିବାବେଳେ କ୍ରାଇମବ୍ରାଂଚକୁ ଏଭଳି ଚମକାଇ ଦେବା ଭଳି ତଥ୍ୟ ମିଳିଛି ।କେବଳ ଓଡିଶାରେ ନୁହେଁ ସାରା ଭାରତରେ ଆକାଶ ପାଠକଙ୍କ ଠକେଇର ନେଟୱାର୍କ ଚାଲିଥିଲା । ଆକାଶ ପାଠକ ଟାଟା ମୋଟର୍ସରେ ଚାକିରୀ କରିନଥିବା ସେ ଜାଣି ନଥିଲେ ବୋଲି ଜେରା ବେଳେ କହିଛନ୍ତି ।