ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ରାଜ୍ୟରେ ଛାଉଛି ଘନ କୁହୁଡି। ଗତକାଲି ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାର ସୂଚନା ମିଳୁଛି। ଏହାସହ କାଲିର ବର୍ଷା ପାଇଁ ଶୀତ ପୁଣି ଫେରିଛି। ରାଜ୍ୟରେ କିଛି କିଛି ସ୍ଥାନ ଯେପରି ନବରଙ୍ଗପୁର ,ମୟୁରଭଞ୍ଜ,କନ୍ଧମାଳ,କଳାହାଣ୍ଡି ଆଦ ସ୍ଥାନରେ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି ବୋଲି ପାଣି ପାଗକେନ୍ଦ୍ର ଅନୁମାନ କରିଛନ୍ତି। ଏହାସହ ୨୩ ତାରିଖ ବେଳକୁ ରାଜ୍ୟର କିଛି ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ରାଜଧାନୀରେ ଘନ କୁହୁଡି ପ୍ରଭାବ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ରହିଥିଲା । ମାଲକାନଗିରି , ମୟୂରଭଞ୍ଜ , କଳାହାଣ୍ଡି , ଖୋର୍ଦ୍ଧା ଏବଂ ଭଦ୍ରକରେ ମଧ୍ୟ କୁହୁଡି ପଡିଛି । ରାଜ୍ୟର ସମତଳ ଓ ପାହାଡିଆ ଅଞ୍ଚଳରେ ରାତି ତାପମାତ୍ରା ସ୍ଵାଭାବିକଠାରୁ ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡା , ବରଗଡ , ଝାରସୁଗୁଡା , ସୁନ୍ଦରଗଡ , କେନ୍ଦୁଝର , ମୟୂରଭଞ୍ଜ ଏବଂ ବାଲେଶ୍ଵର ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ହେଲୋ ଓ୍ବାର୍ଣ୍ଣିଙ୍ଗ ଦିଆଯାଇଛି ।