ସନଷ୍ଟାର ଟିଭି ବ୍ୟୁରୋ
ମେଲବୋର୍ଣ୍ଣ : ଭାରତର ପ୍ରଥମ ମହିଳା ଟେନିସ୍ ସୁପରଷ୍ଟାର ସାନିଆ ମିର୍ଜା ବୁଧବାର ତାଙ୍କ ଅବସର ଯୋଜନା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୨୦୨୨ ସିଜନ୍ ତାଙ୍କର ଶେଷ ହେବ। ଭାରତୀୟ ଟେନିସ୍ ଖେଳାଳି ୬ଟି ଗ୍ରାଣ୍ଡସ୍ଲାମ ଜିତିଛନ୍ତି ଏବଂ ଡବ୍ଲୁଟିଏଏ ଡବଲ୍ସ ର଼୍ୟାଙ୍କିଙ୍ଗର ଶିଖରରେ ପହଞ୍ଚିଛନ୍ତି। ମିର୍ଜା ମଧ୍ୟ ପ୍ରଥମ ଭାରତୀୟ ଯିଏକି WTA ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗରେ ଶ୍ରେଷ୍ଠ ୩୦ ରେ ପ୍ରବେଶ କରିଛନ୍ତି। ଚାଲିଥିବା ଅଷ୍ଟ୍ରେଲୀୟ ଓପନରେ ମହିଳା ଡବଲ୍ସ ଇଭେଣ୍ଟରେ ଓପନିଂ ରାଉଣ୍ଡ ହାରିବା ପରେ ମିର୍ଜା ତାଙ୍କ ଅବସର ଯୋଜନା ଘୋଷଣା କରିଛନ୍ତି। ତାଙ୍କ ମ୍ୟାଚ୍ ପରେ ୩୫ ବର୍ଷୀୟା କହିଛନ୍ତି: “ଏହାର କିଛି କାରଣ ଅଛି। ମୁଁ ଅନୁଭବ କରୁଛି ଯେ ମୋର ପୁନରୁଦ୍ଧାର ଅଧିକ ସମୟ ଲାଗୁଛି , ଏହାସହ ମୋର ଗୋଟିଏ ୩ବର୍ଷର ପିଲା ଟିଏ ଏବଂ ତାକୁ ନେଇକି ମୁଁ ବହୁ ଯାଗା ଭ୍ରମଣ କରିବାକୁ ପଡୁଛି,ମୁଁ ମୋ ପାଇଁ ତାକୁ ଏତେ ବିପଦରେ ପକାଇ ପାରିବି ନାହିଁ। ମୁଁ ଭାବୁଛି ମୋ ଦେହ ଖରାପ ହୋଇଯାଇଛି। ଆଜି ବି ମୁଁ ମୋର ଆଣ୍ଠୁ ଯନ୍ତ୍ରଣା ଅନୁଭବ କରୁଛି ଏବଂ ଆଗ ପରି ମୋ ପାଖରେ ଆଉ ସେ ଏନର୍ଜି ବା ଶକ୍ତି ନାହିଁ। ମୁଁ ଫେରିବା, ଫିଟ୍ ହେବା, ଓଜନ ହ୍ରାସ କରିବା ଏବଂ ମାଆ ମାନଙ୍କ ପାଇଁ ଏକ ଉତ୍ତମ ଉଦାହରଣ ସୃଷ୍ଟି କରିବାକୁ ଚେଷ୍ଟା କରିବା ପାଇଁ ମୁଁ ବହୁତ ପରିଶ୍ରମ କରିଛି, ନୂତନ ମାଆମାନେ ସେମାନଙ୍କର ସ୍ୱପ୍ନକୁ ଯେତେ ସମ୍ଭବ ଅନୁସରଣ କରିବେ ଏହା ପାଇଁ ମୁଁ ପ୍ରୟାସ କରିଛି। କିନ୍ତୁ ମୋ ପାଇଁ ଏହା ଯଥେଷ୍ଟ ନୁହେଁ। ମୁଁ ଭାବୁଛି ମୋତେ ଅବସର ନେଇଯିବା ଉଚିତ ହେବ।