ସନଷ୍ଟାର ଟିଭି ବ୍ୟୁରୋ
କଟକ:ଚଳନ୍ତା ଗାଡିରେ ନିଆଁ। କଟକର ମଧୁପାଟଣା ଓଭରବ୍ରିଜ ଉପରେ ଗାଡିରେ ଲାଗିଲା ନିଆଁ। କାରରେ ନିଆଁ ଲାଗିବା ଦେଖି କାର ରୁ ଡ୍ରାଇଭର ଓହ୍ଲାଇ ଯାଇଥିବାର ସୂଚନାମିଳିଛି। ତେବେ ଗାଡିଟି ଚାଲୁଥିବା ଅବସ୍ଥାରେ ନିଆଁ ଲାଗିଯାଇଥିଲା। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ଯାତ୍ରୀ। ଏହାସହ ଗାଡିରେ ଆଉ ୩ଜଣ ମହିଳାଯାତ୍ରୀ ବସିଥିଲେ । ସମସ୍ତେ ସୁସ୍ଥ ଥିବାର ସୂଚନା ମିଳିଛି।ସୂଚନାମୁତାବକ କାରଟି କଟକରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା। ବର୍ତ୍ତମାନ ସୁଦ୍ଧା ଯାହା ସୂଚନାମିଳୁଛି ଗାଡି ଟାଙ୍କିରେ ତେଲ ଫୁଲ ଥିବାରୁ ଏହି ଅଘଟଣଟି ଘଟିଛି। ପ୍ରଥମେ ଗାଡି ଡ୍ରାଇଭର ଜାଣିବାକୁ ପାଇଥିଲେ ଯେ ଗାଡି ଇଞ୍ଜିନରେ ନିଆଁ ଲାଗିଛି। ସେଥିପାଇଁ ଡ୍ରାଇଭର ଟି ଗାଡିଟିକୁ ଓଭରବ୍ରିଜ ଉପରେ ରଖିଦେଇ ସମସ୍ତେ ଗାଡିରୁ ଓହ୍ଲାଇ ପଡିଥିଲେ। ତେବେ ଦେଖୁ ଦେଖୁ ପୂରା ଗାଡିଟି ନିଆଁର ଆୟତରେ ଆସିଯାଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗାଡିଟିରୁ ନିଆଁଲିଭାଇଛି। ଏହାସହ ମଧୁପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।