ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ତଳକୁ ଖସିଛି । ରାଜ୍ୟରେ ବର୍ତ୍ତମାନ ଶୀତ ଅନୁଭବ ହେଉଛି। କେତେକ ସ୍ଥାନରେ ସ୍ଵାଭାବିକ ଶୀତ ଅନୁଭୂତ ହେଉଛି । ଦାରିଙ୍ଗବାଡି ଏବଂ କେନ୍ଦୁଝରରେ ରାତି ତାପମାତ୍ରା କମ ରେକର୍ଡ କରାଯାଇଛି । ଝାରସୁଗୁଡା , ବାରିପଦା, ଫୁଲବାଣୀ , ଟିଟିଲାଗଡ ଏବଂ ଚାନ୍ଦବାଲି ରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ ଉପରୋକ୍ତ ଅଞ୍ଚଳ ଗୁଡିକରେ ଶୀତ ହେଉଛି । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ରାତି ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଫଳରେ ଶୀତ ପ୍ରକୋପ କମିବ । ଏହାସହ ଆସନ୍ତା ୨୧ ତାରିଖରୁ ଦୁଇଦିନ ଯାଏଁ କେନ୍ଦୁଝର , ମୟୂରଭଞ୍ଜ , ବାଲେଶ୍ଵର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , ଜଗତସିଂହପୁର , ଝାରସୁଗୁଡା , ବରଗଡ ଏବଂ ସୁନ୍ଦରଗଡ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ଉପରୋକ୍ତ ଅଞ୍ଚଳରେ ପାଗ ମେଘୁଆ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନ ଏବଂ ବୌଦ୍ଧ , ନବରଙ୍ଗପୁର , ଅନୁଗୋଳ , ଢେଙ୍କାନାଳ , କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ କୁହୁଡି ପଡିବ । ମାଲକାନଗିରି , କୋରାପୁଟ , ରାୟଗଡା , ଗଜପତି , କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ସେଥିପାଇଁ ଉକ୍ତ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା ସୂଚନା ଜାରି କରାଯାଇଛି । ଏହାସହ ସତର୍କ ରହିବା ପାଇଁ ସ୍ଵତନ୍ତ୍ର ରିଲିଫ ଆୟୁକ୍ତ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । କୁହୁଡି କାରଣରୁ ଅଧିକ ଦୁର୍ଘଟଣା ହେବାର ଆଶଙ୍କ ଥିବାରୁ ଏଥିପାଇଁ ସର୍ତକ କରାଯାଇଛି ।