ସନଷ୍ଟାର ଟିଭି ବ୍ୟୁରୋ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଚୋରମାନଙ୍କର ଚୋରି ପେଶା ଦିନକୁ ଦିନ ବଢ଼ିବାକୁ ଲାଗିଛି। ବେହେଡା ତାରିଣୀ ମନ୍ଦିର, ବିଡିରି ଘାଟ ମନ୍ଦିର ,ତା ସହିତ ଚନ୍ଦାହାଣ୍ଡି ଘାଟିର ମନ୍ଦିର, ଏହିପରି ନବରଙ୍ଗପୁର ଜିଲ୍ଲାରେ ଦିନକୁଦିନ ଚର ବଢ଼ିବାରେ ଲାଗିଛି ରାଇଘର ସଦରମହକୁମାର ଚାରି ଚାରିଟି ଦୋକାନରୁ ଚୋରି ହୋଇଥିବା ଜଣାପଡ଼ିଛି। ଆଜି ପୁଣି ରାଇଘର ପାରୁଆ ଶିବ ମନ୍ଦିରର ତାଲା ଭାଙ୍ଗି ଦାନ ପେଟି ଏବଂ ମନ୍ଦିର କାର୍ଯ୍ୟାଳୟର ଏକ ଆଲମିରା ଭାଙ୍ଗି ଚୋରି କରିଥିବାର ଦେଖିବାକୁ ମିଳିଛି। ଏହା ଅଞ୍ଚଳବାସୀଙ୍କ ପାଇଁ ହ୍ରୁଦୟ ବିଦାରକ ଦ୍ରୃଶ୍ୟ। ମନ୍ଦିରର ଦାନପେଟି ଏବଂ ଆଲମିରା ଭାଙ୍ଗି ୧୫ ରୁ ୩୦ ହଜାର ଟଙ୍କା ସମେତ କେତେକ ମାନସିକ ସୁନାରୂପା ଚୋରି ହୋଇଥିବା ସୂଚନା ମିଳିଛି। ମନ୍ଦିର କାର୍ଯ୍ୟାଳୟର ସାଇଟରେ ଜଣେ ନାଇଟ ଓ୍ବାଚର ମଧ୍ୟ ଶୋଇଥିଲା କିନ୍ତୁ ତାଙ୍କୁ ଚୋରମାନେ ବାହାର ପଟରୁ ତାଲା ପକାଇଦେଇଥିଲେ ଏବଂ କାର୍ଯ୍ୟାଳୟ ରୁମରେ ସିସିଟିଭି ମଧ୍ୟ ସଂଯୋଗ ଥିଲା। କିନ୍ତୁ କନେକ୍ସନ ତାର ମଧ୍ୟ ଚୋରମାନେ କାଟି ଦେଇଥିଲେ। ତେବେ ଖବର ପାଇ ରାଇଘର IIC ଟଙ୍କଗିରି ଭୋଇ ସହିତ ଉମରକୋଟ ଏସଡିପିଓ ଦିନେଶ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚୋର ମାନଙ୍କୁ ଧରିବାକୁ ତଦନ୍ତ ଚଲାଇବା ସହିତ ସିସିଟିଭି ମେକାନିକ କୁ ଡାକି ତାର କନେକ୍ସନ ଜୋଡ଼ି ଦେଖିବାକୁ ପାଇଥିଲେ ଯେ ଦୁଇଜଣ ଚୋର ମନ୍ଦିର କାର୍ଯାଳୟ ଭିତରକୁ ପଶି ଏହାର କନେକ୍ସନକୁ କାଟିଛନ୍ତି। ତେବେ ଘଟଣା ତ ସାମ୍ନାକୁ ଆସିଲାଣି ଦେଖିବାକୁ ବାକିରହିଲା ପୋଲିସ ମାନେ ଚୋରଙ୍କୁ ଧରିବାକୁ କେତେବେଳେ ସମର୍ଥ ହେଉଛନ୍ତି।(ରିର୍ପୋଟ:ପୂର୍ଣ୍ଣଚନ୍ଦ୍ର ନାୟକ)