ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ରେଳବାଇ ନିଯୁକ୍ତି ବୋର୍ଡ RRB NTPC ୨୦୨୧ର ରେଜଲ୍ଟ ପ୍ରକାଶ ପାଇଛି। CBT 1 ପରୀକ୍ଷା ପାଇଁ ଆସିଥିବା ପ୍ରାର୍ଥୀମାନେ ଆଞ୍ଚଳିକ RRB ର ଅଫିସିଆଲ୍ ସାଇଟରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ । ୨୮ ଡିସେମ୍ବର ୨୦୨୦ ରୁ ଜୁଲାଇ ୩୧, ୨୦୨୧ ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା। ପରୀକ୍ଷା ପାଇଁ ଆସିଥିବା ପ୍ରାର୍ଥୀମାନେ ଆଞ୍ଚଳିକ ୱେବସାଇଟଗୁଡିକରେ ସିଧାସଳଖ ଲିଙ୍କ୍ ମାଧ୍ୟମରେ ଫଳାଫଳ ଯାଞ୍ଚ କରିପାରିବେ । ଯେଉଁ ପ୍ରାର୍ଥୀମାନେ ସିବିଟି-୧ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିବେ ସେମାନେ ସିବିଟି-୨ ପରୀକ୍ଷାରେ ହାଜର ହେବେ। ସିବିଟି-୧ ରେ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT-2)ଦେବେ। ତେବେ ସୂଚନାମୁତାବକ ଫେବୃଆରୀ ୧୪ରୁ ୧୮ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।