ସନଷ୍ଟାର ଟିଭି ବ୍ୟୁରୋ
କେରଳ:ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ଏହା ସହ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ମଧ୍ୟ ବହୁ ମାତ୍ରାରେ ବ୍ୟାପିବାରେ ଲାଗିଛି। ତେବେ ଏହି ପରିସ୍ଥିତିରେ ଦେଶର ବହୁ ସ୍ଥାନରେ କଟକଣା ମଧ୍ୟ ଦେଖିବାକୁ ମିଳିଛି। କେଉଁ ଠାରେ ନାଇଟ କର୍ଫ୍ୟୁ ତ କେଉଁଠାରେ ତାଲା ବନ୍ଦ ଭଳି ପରିସ୍ଥିତି ଉପୁଜୁଛି। ତେବେ ଏହି ସମୟରେ ବିଦ୍ୟାଳୟ ଗୁଡିକୁ ବନ୍ଦ କରାଯାଇଛି। ଏହାସହ ଅନଲାଇନ ପଢ଼ାକୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଇଛି। ଆଜି କେରଳ ସରକାର ମଧ୍ୟ ନବନ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପିଲା ମାନଙ୍କ ମଧ୍ୟରେ ସଂକ୍ରମଣ ଯେପରି ଅଧିକ ନ ବ୍ୟାପିବ ସେଲାଗି ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ପିଲାମାନଙ୍କର ଅନଲାଇନ ଶିକ୍ଷା ଜାରି ରହିବ ବୋଲି ସୂଚନା ମିଳିଛି। କରୋନା ପାଇଁ ପିଲାମାନଙ୍କର ଶିକ୍ଷା କ୍ଷେତ୍ରରେ ବହୁ କ୍ଷତି ସହିଛନ୍ତି। ତେବେ ଏହାକୁ ନେଇ ଯେପରି ଆଗକୁ ଅଧିକ ସମସ୍ୟା ନ ଉପୁଜିବ ସେଲାଗି ଅନଲାଇନ ପାଠପଢ଼ା ଜାରି ରହିବ । ସ୍ଥିତିରେ ସୁଧାର ଆସଲେ ପିଲା ମାନେ ପୁଣି ଶ୍ରେଣୀ ଗୃହ ପାଠପଢ଼ି ପାରିବେ ବୋଲି ସୂଚନାମିଳିଛି।