ସନଷ୍ଟାର ଟିଭି ବ୍ୟୁରୋ
ଚାନ୍ଦବାଲି : ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏହା ଅବସରରେ ସମସ୍ତ ପରମ୍ପରା ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ପୋଡପିଠା ଓ ନୂଆ ମକରଚାଉଳ। ପ୍ରଶାସନର କୋଭିଡ ନିୟମକୁ ପାଳନ କରାଯାଇ ବିନାଭକ୍ତରେ କଟକଣା ସହ ଚାଲିଛି ମକର ନୀତିକାନ୍ତୀ। ଦୈନନ୍ଦିନ ରୀତିନୀତି ଅନୁଯାୟୀ ଭୋର ୫ଟାରେ ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ସରିବା ପରେ ନୂତନବସ୍ତ୍ର ଓ ଫୁଲ_ଚନ୍ଦନ ଲାଗି କରାଯାଇ ମଣିବାବାଙ୍କୁ ଦିଗମ୍ବର ବେଶ ସଜ୍ଜିତ କରାଯିବା ପରେ ମକର ନୀତି ନିମନ୍ତେ ପରମ୍ପରା ଅନୁଯାୟୀ ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ନୂଆ ଚାଉଳରେ ପ୍ରସ୍ତୁତ ପୋଡପିଠା ଓ ମକରଚାଉଳ ଲାଗି କରାଯାଇଥିଲା ବାବାଙ୍କୁ। ପରେ ଅନ୍ଯାନ ନୀତି ସମ୍ପନ୍ନ ହେବ। ଅପରାହ୍ଣରେ ବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବା ସହ ସଂଧ୍ଯାରେ ମକରନୀତି ନିମନ୍ତେ ଷୋଡଶ ଉପଚାର ନୀତି ଓ ବଡ ଆଳତୀ ଅନୁଷ୍ଠିତ ହେବ।(ରିପୋର୍ଟ:ପ୍ରଶାନ୍ତ କୁମାର ପାଣି)