ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପ୍ରଥମେ କରୋନା ଆଉ ଏବେ ଓମିକ୍ରନ। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଆଣିଛନ୍ତି। ଯାହା ଫଳରେ ରାଜ୍ୟରେ କରୋନା ସଂକ୍ରମଣ ଉପରେ ବ୍ରେକ ଲଗାଯାଇ ପାରିବ। ଏହା ସହ କୌଣସି ସମାବେଶ,ରାଲି ,ଧାର୍ମିକ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ କଢ଼ା କଟକଣା ଲଗାଯାଇଛି। ରାତି ପାହିଲେ ମକର ସଂକ୍ରାନ୍ତି ତେଣୁ ଶ୍ରଦ୍ଧାଳୁ ମାନେ ଯେପରି କୌଣସି ମନ୍ଦିରରେ ଭିଡ ନକରନ୍ତି ସେଥିପାଇଁ ପ୍ରସିଦ୍ଧ ପୀଠ ଗୁଡିକରେ ୧୪୪ ଧାରା ଜାରି କରାଯାଇଛି। ପ୍ରତିମନ୍ଦିରରେ ମକର ପୂଜା ତାର ନୀତିକାନ୍ତରେ ପାଳନ କରାଯିବ। ରାଜ୍ୟ ସରକାର ସମସ୍ତ ରାଜ୍ୟବାସୀଙ୍କୁ ଘରେ ରହି ଏହା ପାଳନ କରିବାକୁ ଅନୁରୋଧ କରିଛନ୍ତି। ଅଯଥା ବାହରେ ଭିଡ ଜମାଇ କରୋନା କୁ ନିମନ୍ତ୍ରଣ ନ କରିବାକୁ ସ୍ଥାନୀୟପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।