ସନଷ୍ଟାର ଟିଭି ବ୍ୟୁରୋ
ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ବର୍ଷା ତଥା କୋହଲା ପାଗ ପାଇଁ ଆଜିଠାରୁ ଆଗାମୀ ୧୬ ତାରିଖ ରବିବାର ପର୍ଯ୍ୟନ୍ତ ଦିନବେଳା ପର୍ଯ୍ୟଟକଙ୍କ ସକାଶେ ଶିମିଳିପାଳ ଭ୍ରମଣକୁ ବନ୍ଦ ରଖାଯାଇଥିବା ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ଖଣ୍ଡର ଉପନିର୍ଦ୍ଦେଶକ ସାଇ କିରଣଙ୍କ ପ୍ରକାଶ କରିଛନ୍ତି। ଏଥିନେଇ ପିଠାବଟାର ଲୁଲୁଙ୍ଗ ଓ ଯଶୀପୁରର କାଳିଆଣୀ ଠାରେ ଥିବା ଦୁଇଟି ପ୍ରବେଶ ପଥକୁ ବନ୍ଦ ରଖାଯାଇଛି । କିନ୍ତୁ ଶିମିଳିପାଳ ମଧ୍ୟରେ ରାତ୍ରିଯାପନ ପାଇଁ ଅଗ୍ରୀମ ସଂରକ୍ଷଣ କରିଥିବା ପର୍ଯ୍ୟଟକଙ୍କ ସକାଶେ ଏହି କଟକଣା ରଖାଯାଇ ନଥିବା ପ୍ରକାଶ କରିଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପକ୍ଷରୁ ବନ ବିଭାଗ ଦ୍ବାରା ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ରେକର୍ଡ କରାଯାଇଛି ।