ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଓଡିଶାର ବାମ ପନ୍ଥୀନେତା ତଥା ସିପିଆଇ ଏମଏଲ ନେତା କ୍ଷୀତିଶ ବିଶ୍ବାଳଙ୍କର ପରଲୋକ ହୋଇଛି। କିଛି ମାସ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ହୋଇ ଶଯ୍ୟାଶାୟୀ ଥିଲେ। ସେ ଭୁବନେଶ୍ବର ଅଶୋକନଗର ସ୍ଥିତ ବାସଭବନରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଚିଲିକା ଆନ୍ଦୋଳନ ଓ ଭାଗଚାଷୀ ଆନ୍ଦୋଳନ ନେଇ ସେ ସକ୍ରିୟ ଭୂମିକା ନେଇଥିଲେ। ୨୦୦୯ରେ ସେ ପୁରୀ ଲୋକ ସଭା କ୍ଷେତ୍ରରୁ ସେ ପ୍ରତିଦ୍ବନ୍ଦିତା କରିଥିଲେ। ତେବେ ତାଙ୍କ ଶେଷକୃତ ପୁରୀ ଜିଲ୍ଲା କଣାସ ବ୍ଲକ ତ୍ରୀପୁରି ଗ୍ରାମରେ କରାଯିବା ନେଇ ସୂଚନା ମିଳିଛି।