ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆସିଲା ନୂଆଗାଇଡ ଲାଇନ। ଆଗକୁ ଥିବା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟି ଆଗରେ ରଖି ଏସଆରସିଙ୍କ ନୁଆ ଗାଇଡ ଲାଇନ ଜାରିକରିଛନ୍ତି। ସମସ୍ତ ସରକାରୀ ହୋର୍ଡିଂରୁ ନେତା, ମନ୍ତ୍ରୀଙ୍କ ଫଟୋ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ଏଥି ସହିତ ସମସ୍ତ ସରକାରୀ ଗାଡ଼ିରୁ ମଧ୍ୟ ନେତା ଏବଂ ମନ୍ତ୍ରୀଙ୍କ ଫଟୋ ହଟାଇବାକୁ କୁହାଯାଇଛି । ଏଥର ଘରକୁ ଘର ଯାଇଁ ପ୍ରଚାର କରିବାକୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଇଛି। ଶୋଭାଯାତ୍ରାକୁ ପୁରା ବାରଣ କରାଯାଇଛି। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ । ୧୦୦ ଜଣକୁ ନେଇ ଖୋଲାସ୍ଥାନରେ ରାଜନୈତିକ ସମାବେଶ ହୋଇପାରିବ। ବଡ ସମାବେଶକୁ ସମ୍ପୁର୍ଣ୍ଣ ମନା କରାଯାଇଛି। ଏହାସହ କୌଣସି ରାଲି, ଶୋଭାଯାତ୍ରାକୁ ମଧ୍ୟ ବନ୍ଦ କରାଯାଇଛି। କୋଭିଡ ପଜିଟିଭ ମାନେ କେବଳ ଡିଜିଟାଲ ମାଧ୍ୟମରେ ପ୍ରଚାର କରିପାରିବେ ବୋଲି ସୂଚନା ଦିଆଯାଇଛି।