ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ରାଜ୍ୟର ସମସ୍ତ ସରକାରୀ ଭେଷଜ ମହାବିଦ୍ୟାଳୟ ଏବଂ ଘରୋଇ ହାଇଟେକ ଭୁବନେଶ୍ୱର ଓ ରାଉରକେଲା ଭେଷଜ ମହାବିଦ୍ୟାଳୟରେ ଏମବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ପାଇଁ ନାମଲେଖା ସଞ୍ଚାର ( ଅନଲାଇନ ) ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ । ଏନେଇ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ( ଓଜେଇଇ ) ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ନିଟ ବ୍ୟାଙ୍କ ପାଇଥିବା ଛାତ୍ରଛାତ୍ରୀ ଡାକ୍ତରୀ ପାଠ ଏମବିବିଏସ ଓ ବିଡି ଏସରେ ନାମଲେଖାଇବା ପାଇଁ ଓଜେଇଇ ଵେବସାଇଟ ( www.ojee . nic.in/www.odishajee . com ) କୁ ଲଗଇନ କରି ନାମ ପଞ୍ଜୀକରଣ କରିପାରିବେ । ପଞ୍ଜୀକରଣ ବୁଧବାର ମଧ୍ୟାହ୍ନରୁ ଆରମ୍ଭ ହୋଇ ୧୮ ତାରିଖ ରାତି ୧୧.୫୯ ମିନିଟ ପର୍ଯ୍ୟନ୍ତ ଚାଲିବ । ୧୯ ତାରିଖ ପର୍ଯ୍ୟନ୍ତ ସଞ୍ଚାର ମାଧ୍ୟମରେ ପ୍ରମାଣପତ୍ର ଯାଞ୍ଚ କରାଯିବ । ୨୪ରେ ପ୍ରଥମ ରାଜ୍ୟସ୍ତରୀୟ ଉତ୍କର୍ଷ ( ମେରିଟ୍ ) ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୨୭ରେ ଶେଷ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ କରାଯିବ । ମନୋନୀତ ଛାତ୍ରଛାତ୍ରୀ ନାମଲେଖାଇ ଭେଷଜ ମହାବିଦ୍ୟାଳୟରେ ଅଧ୍ୟୟନ ଆରମ୍ଭ କରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।