ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ:ନିକଟରେ କୋଭିଡରେ ଆକ୍ରାନ୍ତ ହୋଇଥିବା ଭେଟେରାନ୍ ଗାୟିକା ଲତା ମଙ୍ଗେଶକରଙ୍କୁ ବର୍ତ୍ତମାନ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ବର୍ତ୍ତମାନ ଏକ ସ୍ୱାସ୍ଥ୍ୟ ରିପୋର୍ଟରେ ଦର୍ଶାଯାଇଛି। ସେଥିରେ କୁହାଯାଇଛି ଯେ ଗାୟିକା ଆସନ୍ତା ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ ଅବଜରବେସନ୍ ରେ ରହିବେ। ଲତା ମଙ୍ଗେଶକର ମଧ୍ୟ କୋଭିଡ -୧୯ ସହ ନିମୋନିଆ ରେ ପିଡିତ ଅଛନ୍ତି। ସିଙ୍ଗର୍ ଲତା ମଙ୍ଗେଶକରଙ୍କୁ ଆଇସିୟୁ ୱାର୍ଡରେ ରଖାଯାଇଛି ବୋଲି ସୂଚନାଦେଇଛନ୍ତି ଡକ୍ଟର ପ୍ରତୀତ ସମଦାନୀ ।
ସୂଚନାମୁତାବକ ମଙ୍ଗଳବାର ସନ୍ଧ୍ୟାରେ, ୯୨ ବର୍ଷିୟ ଗାୟିକାଙ୍କ ଭଣଜା ରଚନା ଶାହା ନିଶ୍ଚିତ କରିଛନ୍ତି ଯେ ସେ ସୁସ୍ଥ ଅଛନ୍ତି ଏବଂ ସ୍ଥିର ଅଛନ୍ତି। ସେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ସେପ୍ଟେମ୍ବର ୨୦୧୯ରେ ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା