ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଦେଶରେ ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ ସଂକ୍ରମଣ କ୍ରମାଗତ ଭାବେ ବଢୁଛି । ମୁଖ୍ୟତଃ ରାଜ୍ୟର ୪ ରୁ ୫ ଟି ଜିଲ୍ଲାରେ ଅଧିକା ସଂକ୍ରମଣ ହେଉଛି। ଏହାସହ ସବୁ ଜିଲ୍ଲାରେ ଓମିକ୍ରନର ଉପସ୍ଥିତି ରହିଛି । ଦିଲ୍ଲୀ ମହାରାଷ୍ଟ୍ରରେ କିଛି ବିଶେଷଜ୍ଞ କହିଛନ୍ତି ଜାନୁଆରୀ୧୫ ସୁଧା ଏହା ପିକ ନେବ । ସେହି ଅନୁସାରେ ଆମର ତାର ୧୦ ରୁ ୧୫ ଦିନ ଭିତରେ ପିକ ନେବାର ସମ୍ଭାବନା ରହିଛି। ଏହା ଭିତରେ ଆମ ଟେଷ୍ଟ ସର୍ଭିଲାନ୍ସ, ଟିକା କରଣକୁ ମଧ୍ୟ ବଢାଯାଇଛି। ଯେଉଁଭଳି ଭାବେ ଏବେ ସଂକ୍ରମଣ ବଢୁଛି ଲୋକ ତାକୁ ହାଲୁକା ନ ନେଇ ସଜାଗ ହେବା ଆବଶ୍ୟକ। ସ୍ଥିତି ଉପରେ ସରକାର ନଜର ରଖିଛିନ୍ତି। ଏପଟେ ଟେଷ୍ଟଇଂ କିଟକୁ ନେଇ କଳାବଜାରୀ ବଢ଼ୁଥିବାରୁ ଆଇସିଏମଆର ଦ୍ଵାରା ଅନୁବନ୍ଧିତ କିଟରେ ଟେଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।(ରିର୍ପୋଟ:ଆଶିଷ କୁମାର ରାଉତ)